ବିଜେଡି ପକ୍ଷରୁ ବ୍ଲୁ ପ୍ରିଂଟ ପ୍ରସ୍ତୁତ : କ୍ଲିନ ସୁଇପ ଲକ୍ଷ୍ୟରେ ବିଜେଡି

ଛତ୍ରପୁର, (ଦେବଦତ୍ତ ମହାରଣା) :ପୌର ନିର୍ବାଚନ ନିମନ୍ତେ ଆଜି ସରିଛି ଯାଂଚ କାର୍ଯ୍ୟକ୍ରମ । ସମସ୍ତ ପ୍ରାର୍ଥୀ ମାନେ ନିର୍ବାଚନ ଅଧିକାରୀଙ୍କ ପାଖରେ ସେମାନଙ୍କ ପ୍ରାର୍ଥୀପତ୍ର ସଠିକ୍ ଅଛି ନା ନାହିଁ ତାର ତଦାରଖ କରିଛନ୍ତି । ପ୍ରାର୍ଥୀ ମାନଙ୍କର ପ୍ରାର୍ଥୀ ପତ୍ର କାଏମ ରହିବା ପରେ ସେମାନେ ଆରମ୍ଭ କଲେଣି ନିର୍ବାଚନରେ ବିଜୟୀ କିପରି ହେବ ସେଥି ନିମନ୍ତେ ଋଣନିତୀ । ଏନେଇ ଗଞ୍ଜାମ ଜିଲ୍ଲା ସଦର ମହକୁମା ଛତ୍ରପୁର ଏନଏସିର ନିର୍ବାଚନୀ ସରଗରମ ଜୋରଦାର ଆରମ୍ଭ ହୋଇଥିବା ଦେଖିବାକୁ ମିଳିଛି । ବିଜୁ ଜନତା ଦଳ ପକ୍ଷରୁ ଛତ୍ରପୁର ଏନଏସି ଅଧ୍ୟକ୍ଷା ପ୍ରାର୍ଥିନୀ ଟି. ଲକ୍ଷ୍ମୀଙ୍କ ସମେତ ସମସ୍ତ ଦଳୀୟ କାଉନସିଲର ପ୍ରାର୍ଥୀ ମାନଙ୍କୁ ବିପୁଳ ଭୋଟରେ ବିଜୟୀ କରିବା ନିମନ୍ତେ ଆଜି ବ୍ଲୁ ପ୍ରିଂଟ ପ୍ରସ୍ତୁତ କରିଛି ଦଳ । ସ୍ଥାନୀୟ ଲିସା ଗେଲେକ୍ସି ପରିସରରେ ନଗର ବିଜେଡି ସଭାପତି ବି. ରାଜିବାବୁଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା ଯୋଗ ଦେଇ ଅଧ୍ୟକ୍ଷା ସମେତ ସମସ୍ତ ପ୍ରାର୍ଥୀ ମାନଙ୍କୁ କିପରି ବିଜୟୀ କରାଯାଇପାରିବ ସେଥି ନିମନ୍ତେ ଗୁରୁମନ୍ତ୍ର ପ୍ରଦାନ କରିବା ସହିତ ଦଳୀୟ ପ୍ରାର୍ଥୀ ମାନଙ୍କୁ କ୍ଲିନ ସୁଇପ୍ ରେ ବିଜୟୀ କରିବା ନିମନ୍ତେ ସୁଚିନ୍ତିତ ମତାମତ ମଧ୍ୟ ଶ୍ରୀ ବେହେରା ପ୍ରଦାନ କରିଥିଲେ । ଏଥିରେ ଛତ୍ରପୁର ଯୁବ ବିଜେଡି ସଭାପତି ତଥା ଅଧ୍ୟକ୍ଷା ପ୍ରାର୍ଥିନୀ ଟି. ଲକ୍ଷ୍ମୀଙ୍କ ସ୍ୱାମୀ ଟି. ଚନ୍ଦ୍ରଶେଖର ରାଓ, ପୂର୍ବତନ ବିଧାୟକ ଅଶୋକ କୁମାର ଚୈାଧୂରୀ, ୨୦ ନମ୍ବର ଜିଲ୍ଲା ପରିଷଦ ସଭ୍ୟ ଏମ୍‌. ଧନଞ୍ଜୟ ରେଡ୍ଡି, ପୂର୍ବତନ ସାଂସଦ ପ୍ରତିନିଧି ତଥା ୪ ନମ୍ବର କାଉନସିଲର ପ୍ରାର୍ଥୀ ଜି. ପାପା ରାଓ, ପୂର୍ବତନ କାଉନସିଲର ରାଜେସ କୁମାର ସାହୁ, କିଶୋର ଚନ୍ଦ୍ର ସେନାପତି, ଜିଲ୍ଲା ଛାତ୍ର ବିଜେଡି ସଭାପତି ପ୍ରଶାନ୍ତ କୁମାର ପଣ୍ଡା, ବିଜୁ ଆଇନ ସାମ୍ମୁଖ୍ୟର ସମ୍ପାଦକ ଏଲ. ଗୋପାଳ ରାଓଙ୍କ ସମେତ ସମସ୍ତ କାଉନସିଲର ପ୍ରାର୍ଥୀ ଏବଂ ୱାର୍ଡ ଗୁଡିକର ଛାମୁଆ ନେତା ମାନେ ଯୋଗ ଦେଇ ଦଳୀୟ ଅଧ୍ୟକ୍ଷା ପ୍ରାର୍ଥିନୀ ଟି. ଲକ୍ଷ୍ମୀ ଏବଂ ସମସ୍ତ କାଉନସିଲର ପ୍ରାର୍ଥୀ ଏବଂ ପ୍ରାର୍ଥିନୀ ମାନଙ୍କୁ କିପରି ବିଜୟୀ କରାଯିବ ସେଥି ନିମନ୍ତେ ଋଣ କୌଶଳ ଆରମ୍ଭ କରିଛନ୍ତି । ଏହା ସହିତ ୱାର୍ଡ ୱାଇଜ ଟିମ୍ ଗଠନ କରାଯାଇ ପ୍ରାର୍ଥୀ ଓ ଛାମୁଆ ନେତା ମାନେ ନିଜ ନିଜ ଭିତରେ ସମନ୍ୱୟ ରକ୍ଷା କରି ଜୋରଦାର ପ୍ରଚାର ଆରମ୍ଭ କରିବା ନିମନ୍ତେ ନିଷ୍ପତ୍ତି ନିଆଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ