ବିଜେଡି ପକ୍ଷରୁ ୨୮ ତମ ପ୍ରତିଷ୍ଠା ଦିବସ ପାଳିତ
ହିଞ୍ଜିଳିକାଟୁ,(ଶେଷଦେବ ସାହୁ): ହିଞ୍ଜିଳିକାଟୁ ପୌର ଓ ବ୍ଳକ ପକ୍ଷରୁ ଗୁରୁବାର ବିଜୁ ଜନତା ଦଳ ପକ୍ଷରୁ ୨୮ ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ପୌରାଞ୍ଚଳ ବିଜେଡି ସଭାପତି ହୃଦୟାନନ୍ଦ ମହାପାତ୍ରଙ୍କ ତତ୍ତ୍ଵାବଧାନରେ ବହୁ ଦଳୀୟ କର୍ମୀ ସ୍ଥାନୀୟ ପୈାର କାର୍ଯ୍ୟାଳୟ ପରିସରରୁ ଏକ ବିରାଟ ଶୋଭାଯାତ୍ରାରେ ବାହାରି ନଗର ପରିକ୍ରମା କରିଥିଲେ। ସହରର ବିଜୁପଟ୍ଟନାୟକ ଛକ ସ୍ଥିତ ବିଜୁବାବୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ପରେ ବିଜୁପଟ୍ଟନାୟକ କଲ୍ୟାଣ ମଣ୍ଡପ ପରିସରରେ ପହଞ୍ଚି ବିଜୁବାବୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ। ପରେ ବିଜୁ ପଟ୍ଟନାୟକ କଲ୍ୟାଣ ମଣ୍ଡପ ଓ ତହସିଲ କାର୍ଯ୍ୟାଳୟ ନିକଟସ୍ଥ ବିଜୁ ପଟ୍ଟନାୟକ ଶିଶୁ ଉଦ୍ୟାନ ସ୍ଥିତ ବିଜୁବାବୁଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହ ଏକ ସଭାର ଆୟୋଜନ କରାଯାଇଥିଲା। ବିଜେଡି ସରକାରଙ୍କ ଅମଳରେ କାର୍ଯ୍ୟକାରୀ କରାଯାଇଥିବା ବିଭିନ୍ନ ଜନ କଲ୍ୟାଣକାରୀ ଯୋଜନା ସହ ନବୀନ ପଟନାୟକଙ୍କ ରାଜ୍ୟବାସୀଙ୍କ ପ୍ରତି ବହୁ ଉନ୍ନୟନମୂଳକ ଯୋଜନା ସମ୍ପର୍କରେ ଅତିଥି ବୃନ୍ଦ ମତବ୍ୟକ୍ତ କରିଥିଲେ। ରାଜ୍ୟ ବିରୋଧଦଳ ନେତା ତଥା ହିଞ୍ଜିଳି ବିଧାୟକ ନବୀନ ପଟ୍ଟନାୟକଙ୍କ ହାତମୁଠାକୁ ଟାଣ କରିବା ସହ ଆଗାମୀ ଦିନରେ ରାଜ୍ୟରେ ବିଜେଡି ଶାସନ ଗଠନ ପାଇଁ ଉପସ୍ଥିତ ଅତିଥି ବୃନ୍ଦ ହିଞ୍ଜିଳି ବାସୀଙ୍କୁ ଆହ୍ବାନ ଦେଇଥିଲେ। । କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା ପରିଷଦ ପ୍ରତିନିଧି ଦେବାନନ୍ଦ ମହାପାତ୍ର, ପୌରାଧ୍ୟକ୍ଷ ସୁବାଷ ଚନ୍ଦ୍ର ପୋଲେଇ, ବ୍ଳକ ଅଧ୍ୟକ୍ଷା ସରସ୍ବତୀ ସେଠି, ଉପାଧ୍ୟକ୍ଷା ସୁନିଲ ଗନ୍ତାୟତ, ବ୍ଳକ ବିଜେଡି ଉପଦେଷ୍ଟା କମିଟି ଅଧ୍ୟକ୍ଷ ସୁରେନ୍ଦ୍ର ପ୍ରଧାନ, ବିରୋଧୀଦଳ ନେତା ତଥା ବିଧାୟକଙ୍କ ବ୍ଳକ ପ୍ରତିନିଧି ଏ. ସୁଦର୍ଶନ, ପୈାରାଞ୍ଚଳ ପ୍ରତିନିଧି ପ୍ୟାରୀମୋହନ ପାଢି, ବ୍ଳକ ସଭାପତି ଦୁର୍ଗାମାଧବ ମହାନ୍ତି, ଜିଲ୍ଲା ପରିଷଦ ସଭ୍ୟା ପ୍ରିତି ସାହୁ, ତରୁଣ କୁମାର ପଣ୍ଡା, ନିଳମଣି ପଟ୍ଟନାୟକ, ବିଭୁପ୍ରସାଦ ପଣ୍ଡା, ବସନ୍ତ ବେହେରା, ପ୍ରଦୀପ କୁମାର ପଣ୍ଡା, ମନୋଜ ସାବତ, ଯୁଧିଷ୍ଠିର ସ୍ବାଇଁ, ଅରୁଣ ସାବତ, ସଞ୍ଜୟ ସ୍ବାଇଁ, ମାନସ ରଞ୍ଜନ ବେହେରା, ରୋହିତ ବିଷୋୟୀ, ଶ୍ୟାମଘନ ବେହେରା, ଗୋପବନ୍ଧୁ ବେହେରା, ଅନିଳ ସ୍ବାଇଁ, ସୁଶାନ୍ତ ଚୋୖଧୁରୀ , ସନ୍ତୋଷ ମହାରଣା, ଭିକା ବେହେରା, ସରୋଜ ପଣ୍ଡା, ବି. ରାମଚନ୍ଦ୍ର, ରାମଚନ୍ଦ୍ର ମହାପାତ୍ରଙ୍କ ସମେତ ବହୁ ସରପଞ୍ଚ, ସମିତି ସଭ୍ୟ, ଜିଲ୍ଲା ପରିଷଦ ସଭ୍ୟ, ଯୁବ ବିଜେଡି, ଛାତ୍ର ବିଜେଡି, ମହିଳା ବିଜେଡି କର୍ମକର୍ତ୍ତାଙ୍କ ସହ ସହସ୍ରାଧିକ ବିଜେଡି କର୍ମୀ ଉପସ୍ଥିତ ଥିଲେ।
ଫୋଟ –