ବିଜେଡି ପାର୍ଥୀ ରାଜେନ୍ଦ୍ର ସାହୁଙ୍କ ରୋଡ୍ ଶୋ
ବେଗୁନିଆ (ଜୁଗାବ୍ଦ ନ୍ୟୁଜ୍): ସୋମବାର ବେଗୁନିଆ ବୋଲଗଡ଼ ନିର୍ବାଚନ ମଣ୍ଡଳୀର ବିଜେଡି ପାର୍ଥୀ ରାଜେନ୍ଦ୍ର କୁମାର ସାହୁ ବେଗୁନିଆ ବ୍ଲକ୍ର ୨୩ ନଂ ଜିଲ୍ଲା ପରିଷଦ ଜୋନ୍ ଅନ୍ତର୍ଗତ ୬ଟି ପଞ୍ଚାୟତ ଯଥା ଦୁର୍ଗାପୁର କୁଞ୍ଜୁରୀ, ବେଗୁନିଆ, ରାଉତପଡ଼ା, ଡିଙ୍ଗର ଏବଂ ରାଧାକାନ୍ତପୁର ପଞ୍ଚାୟତର ସମସ୍ତ ଗ୍ରାମକୁ ରୋଡ ଶୋ ମାଧ୍ୟମରେ ଜନସମ୍ପର୍କ ଯାତ୍ରା କରିଛନ୍ତି । ଏଥିରେ ଦୁର୍ଗାପରୁ ପଞ୍ଚାୟତର ଗୁଡ଼ମ୍ ଠାରୁ ୬ଟି ପଞ୍ଚାୟତର ଶହ ଶହ କର୍ମୀ ଏକ ବିଶାଳ ବାଇକ୍ ଶୋଭାଯାତ୍ରାରେ ଦିନ ୧୦ଟାରେ ବାହାରି ସମ୍ପୃକ୍ତ ଗ୍ରାମଗୁଡ଼ିକ ପରିକ୍ରମା କରି ନବୀନ ସରକାରଙ୍କର ବିଭିନ୍ନ କାର୍ଯ୍ୟକ୍ରମର ସଫଳ ରୁପାୟନ ଓ ରାଜ୍ୟର ସୁରକ୍ଷା ପାଇଁ ନବୀନ ପଟ୍ଟନାୟକଙ୍କ ପଦକ୍ଷେପ ସମ୍ପର୍କରେ ଲୋକଙ୍କୁ ଜଣାଇ ବିଜେଡିକୁ ଭୋଟ ଦେବାପାଇଁ ଭୋଟରଙ୍କୁ ନିବେଦନ କରିଥିଲେ । ଏହି ଶୋଭାଯାତ୍ରା ସଂଧ୍ୟାରେ ରାଧାକାନ୍ତପୁର ପଞ୍ଚାୟତର ଚକାପଦାଠାରେ ଶେଷ ହୋଇଥିଲା । ଏହି ରୋଡ ଶୋ’ରେ ପୂର୍ବତନ ଜିଲ୍ଲାପରିଷଦ ସଭ୍ୟ ବସନ୍ତ କୁମାର ସାହୁ, ପ୍ରଭାତ କୁମାର ପ୍ରହରାଜ ପ୍ରକାଶ କୁମାର ବଳିଆରସିଂ, ପୁର୍ବତନ ଉପାଧ୍ୟକ୍ଷ ସତ୍ୟନାରାୟଣ ପ୍ରଧାନ, ବ୍ଲକ ଅଧ୍ୟକ୍ଷା ଜାନକୀ ସ୍ୱାଇଁ, ଉପାଧ୍ୟକ୍ଷା ତନୁଜା ପାଟ୍ଟଶାଣୀ,ଜିଲ୍ଲାପରିଷଦ ସଭ୍ୟ ଅର୍ଜୁନ ପ୍ରଧାନ, ଅନାଦି ସାହୁ, ରୁପକାନ୍ତି ସାହୁ, ବିର ସାହୁ, ପବି ସାହୁଙ୍କ ସମେତ ବହୁ ନେତା ଓ କର୍ମୀ ଯୋଗ ଦେଇଥିଲେ ।