ବିଜେଡି ପ୍ରତିଷ୍ଠା ଦିବସ ଓ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ପାଇଁ ପ୍ରସ୍ତୁତି ବୈଠକ

ପୋଲସରା,(ଅନିଲ କୁମାର ମହାରଣା): ପୋଲସରା ଏନ୍.ଏ.ସି ପୂର୍ତ୍ତ ବିଭାଗ ଡାକବଙ୍ଗଳାରେ ମଙ୍ଗଳବାର ଦିନ ପୋଲସରା ନିର୍ବାଚନ ମଣ୍ଡଳୀ ସ୍ତରୀୟ ବିଜୁ ଜନତା ଦଳର ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇ ଡିସେମ୍ବର ୨୬ ତାରିଖ ଦିନ ବିଜେଡି ପ୍ରତିଷ୍ଠା ଦିବସ ଓ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ବିଷୟରେ ଆଲୋଚନା ହୋଇଥିଲା। ଏହି ପ୍ରସ୍ତୁତି ବୈଠକରେ ପୋଲସରା ବ୍ଲକ ବିଜେଡି ସଭାପତି ସୁରେନ୍ଦ୍ରନାଥ ପ୍ରଧାନ ଅଧ୍ୟକ୍ଷତା କରିଥିବା ବେଳେ ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ ଅତିଥି ଭାବେ ଯୋଗଦେଇଥିଲେ । ପୋଲସରା ନିର୍ବାଚନ ମଣ୍ଡଳୀର ବୁଗୁଡା ବ୍ଲକ ଓ ଏନଏସି ଏବଂ ପୋଲସରା ବ୍ଲକ ଓ ଏନଏସି ରୁ ଶତାଧିକ ନେତା ଓ କର୍ମୀ ଉପସ୍ଥିତ ଥିଲେ। ଆସନ୍ତା ୨୬ ତାରିଖ ଦିନ ପ୍ରଥମେ ବିଜୁ ଜନତା ଦଳର ପ୍ରତିଷ୍ଠା ଦିବସ ପୋଲସରା ବସଷ୍ଟାଣ୍ଡ ଠାରେ ଅନୁଷ୍ଠିତ ହେବାପାଇଁ ନିଷ୍ପତ୍ତି ଗ୍ରହଣ ହୋଇଥିଲା । ପରେ ପୋଲସରା ଗୋପବନ୍ଧୁ ହାଇସ୍କୁଲ ଓ ପୋଲସରା ଆଞ୍ଚଳିକ ମହିଳା ମହାବିଦ୍ୟାଳୟରେ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବବୋଲି ସ୍ଥିର କରାଗଲା। ଜୀବନ ବିନ୍ଦୁ କାର୍ଯ୍ୟକ୍ରମକୁ ସଫଳ କରିବା ନିମନ୍ତେ ବିଧାୟକ ଶ୍ରୀ ସାହୁଙ୍କ ଆହ୍ଵାନ କ୍ରମେ ପୋଲସରା ଏନ୍.ଏ.ସି ରୁ ୧୦୦ ଜଣ ସ୍ବଛାକୃତ ଭାବେ ରକ୍ତ ଦାନ କରିବେ ବୋଲି ପୂର୍ବତନ ଏନ୍.ଏ.ସି ଅଧ୍ୟକ୍ଷ ପ୍ରଫୁଲ୍ଲ କୁମାର ପ୍ରଧାନ ପ୍ରକାଶ କରିଥିଲେ । ସେହିପରି ପ୍ରତ୍ୟେକ ପଞ୍ଚାୟତରୁ ୨୦ ରୁ ୩୦ ମଧ୍ୟରେ ଦଳୀୟ କର୍ମୀ ଓ ଯୁବ ଗୋଷ୍ଠୀମାନେ ସ୍ବଛାକୃତ ଭାବରେ ରକ୍ତ ଦାନ କରିବେ ବୋଲି ନିଜର ମତ ପ୍ରଦାନ କରିଥିଲେ । ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ବୁଗୁଡା ବ୍ଲକ ସଭାପତି ମଦନ ଗୋପାଳ ଦୋରା, ପୋଲସରା ବ୍ଲକ ସଂପାଦକ ଅଶୋକ କୁମାର ବିଷୋୟୀ , ପୋଲସରା ନଗର ସଭାପତି ରଞ୍ଜିତ ସାହୁ , ବୁଗୁଡା ନଗର ସଭାପତି ରାଜେନ୍ଦ୍ର କୁମାର ପାଢୀ, ପୋଲସରା ଯୁବ ବିଜେଡି ସଭାପତି ଗୋପାଳ କୃଷ୍ଣ ସାହୁ ଓ ସଂପାଦକ ବାବୁଲା ପଟ୍ଟନାୟକ , ପୋଲସରା ସାଂସଦ ପ୍ରତିନିଧି ମୋତିରାମ ସାହୁ, ବୁଗୁଡା ବ୍ଲକର ପୂର୍ବତନ ଅଧ୍ୟକ୍ଷ କିଶୋର ଚନ୍ଦ୍ର ବେହେରା, ଭଗବାନ ସାହୁ, ବୁଗୁଡା ବ୍ଲକ ଅଧ୍ୟକ୍ଷାଙ୍କ ପ୍ରତିନିଧି ବରୁଣ ସେନାପତି ପ୍ରମୁଖଙ୍କ ସମେତ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଦୁଇ ବ୍ଲକର ସରପଞ୍ଚ, ସମିତି ସଭ୍ୟ, ଓ ଦଳୀୟ କର୍ମୀ ବୃନ୍ଦ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ