ବିଜେଡି ପ୍ରତିଷ୍ଠା ଦିବସ ନବୀନ ବାବୁଙ୍କ ହାତମୁଠା ଟାଣ କରିବାକୁ ସଂକଳ୍ପ

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ବିଧାନସଭା ନିର୍ବାଚନ ମଣ୍ଡଳୀ ପକ୍ଷରୁ ବିଜେଡିର୨୮ତମ ପ୍ରତିଷ୍ଠା ଦିବସ ଟାଉନ୍ ହଲରେ ଜିଲ୍ଲା ସଭାପତି ଧିରେନ ସାହୁଙ୍କ ସଭାପତିତ୍ୱରେ ପାଳିତ ହୋଇଯାଇଛି । ଏହି ଅବସରରେ ନେତାମାନେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ହାତମୁଠାକୁ ଟାଣ କରିବାକୁ ସଂକଳ୍ପ ନେବାକୁ କର୍ମୀମାନଙ୍କୁ ଆହ୍ୱାନ ଦେଇଥିଲେ । ଏହି ଉପଲକ୍ଷେ ନୂଆ ବସ୍‌ଷ୍ଟାଣ୍ଡ ଓ ପୁରୁଣା ମେଡିକାଲଛକରେ ଥିବା ପ୍ରବାଦ ପୁରୁଷ ବିଜୁବାବୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା । ପ୍ରାରମ୍ଭରେ ବିଜୁବାବୁଙ୍କ ଫଟୋଚିତ୍ରରେ ପୁଷ୍ପାର୍ଘ୍ୟ ଅର୍ପଣ ସହ ପ୍ରଦୀପ ପ୍ରଜ୍ଜ୍ୱଳନ କରାଯାଇଥିଲା । ଭାବଗ୍ରାହୀ କଳାନିକେତନ ପକ୍ଷରୁ ଗୀତିକାର ବିମଳ ପରିଡାଙ୍କ ନେତୃତ୍ୱରେ ବନ୍ଦେ ଉତ୍କଳ ଜନନୀ ଓ ନବୀନ ସଙ୍ଗୀତ ଗାନ କରାଯାଇଥିଲା । ଦିବଂଗତ ନେତା ପୂର୍ବତନ ସାଂସଦ ପ୍ରଭାତ ସାମନ୍ତରାୟ, ପୂର୍ବତନ ବିଧାୟକ ଉତ୍କଳକେଶରୀ ପରିଡା, ସନ୍ଧ୍ୟାରାଣୀ ସେଠୀ, ପାର୍ଥସାରଥି ସ୍ୱାଇଁ, ବୃନ୍ଦାବନ ମିଶ୍ର, ପୂର୍ବତନ ପୌରାଧ୍ୟକ୍ଷ ପ୍ରବୀର ମହାନ୍ତି, ଦେବଦାସ ମହାନ୍ତି, ଶାରଦା ପ୍ରସାଦ ଦାସ, ଶୈଳେନ୍ଦ୍ର ନାରାୟଣ ଦାସ ପ୍ରମୁଖଙ୍କ ଆତ୍ମାର ସଦ୍‌ଗତି ନିମନ୍ତେ ଦୁଇମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା । ବିଜେଡିର ଏହି କାର୍ଯ୍ୟକ୍ରମରେ ଅଦୈତ ପ୍ରସାଦ ଜେନା, ବିଜୟ କୁମାର ସ୍ୱାଇଁ, କଳାକାର ମଲ୍ଲିକ, ସୁବାଷ ବିଶ୍ୱାଳ, ବାସନ୍ତୀ ବେହେରା, ବୈକୁଣ୍ଠନାଥ ସେନାପତି, ସେକ ଲିଆକତ ଅଲ୍ଲୀ, ସୁବନି ସାହୁ, ସରପଞ୍ଚ ପ୍ରିୟଙ୍କା ପ୍ରିୟଦର୍ଶିନୀ ନାୟକ, ନିର୍ମଳା ମହାନ୍ତି, ଗୋବର୍ଦ୍ଧନ ମଲ୍ଲିକ, ବିଜୟ ପତି, ସୟଦ ଅକମଲ ଅଲ୍ଲୀ, ବାହାଲି ଟୁଡୁ, ଗୋପୀନାଥ ବାରିକ ପ୍ରମୁଖ୧୭ଜଣ ବିଶିଷ୍ଟ ନେତାଙ୍କୁ ଦଳ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା । ଓଡିଶାବାସୀଙ୍କ ସ୍ୱାଭିମାନର ପ୍ରତୀକ ଏବଂ ଓଡିଶାର ବିକାଶ ପାଇଁ ସମର୍ପିତ ବିଜେଡିକୁ ରାଜ୍ୟବାସୀ ଆଶୀର୍ବାଦ କରିବା ସହ ବିଧାୟକ ଗଣେଶ୍ୱର ବେହେରାଙ୍କୁ କେନ୍ଦ୍ରାପଡାରେ ଶକ୍ତିଶାଳୀ କରିବାକୁ ମଞ୍ଚାସୀନ ସମସ୍ତ ନେତା ଓ ବିଜେଡିର ପ୍ରମୁଖ ସଂଗଠକମାନେ ଆହ୍ୱାନ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ପରିଷଦ ସଭାପତି ଲିଲିତା ଦାସ, ପୌରାଧ୍ୟକ୍ଷା ସରିତା ସାହୁ, ବ୍ଲକ ଅଧ୍ୟକ୍ଷା ରଶ୍ମିତା ସେଠୀ, ପୂର୍ବତନ ଜିଲ୍ଲା ପରିଷଦ ସଭାପତି ମାନସ ପରିଡା, ବିଜେଡି ନେତା ରବି ସାମଲ, ରାଜ୍ୟ ବିଜେଡି ସମ୍ପାଦକ ରଞ୍ଜିତ ସାହୁ, ସ୍ୱୟଂପ୍ରଭା କର, ଜିଲ୍ଲା ଯୁବ ବିଜେଡି ସଭାପତି ରାଜେଶ ଦାସ, ନଗର ସଭାପତି ଯଯାତିକେଶରୀ ମହାନ୍ତି, କାଳୀପ୍ରସାଦ ମିଶ୍ର, ଉମେଶ ଚନ୍ଦ୍ର ନାୟକ, ପ୍ରତାପନାରାୟଣ ମହାପାତ୍ର, ଦୁର୍ଗାଶିଷ ମହାନ୍ତି, ଶିବ ପ୍ରସାଦ ଭଳ, ଆକବରୀ ଖାତୁନ, ନିର୍ମଳା ମହାନ୍ତି, ରଶ୍ମିରଞ୍ଜନ ରାଉତ, ଦେବାଶିଷ କୁବେର ପ୍ରମୁଖ ବକ୍ତବ୍ୟ ରଖିଥିଲେ । ପୂର୍ବତନ ସମିତି ସଭ୍ୟ ସୁରେନ୍ଦ୍ରନାଥ ଜେନା ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ