ବିଜେଡି ପ୍ରାର୍ଥୀ ଧନଞ୍ଜୟଙ୍କ ନିମନ୍ତେ ପ୍ରଚାର କଲେ ବିଧାୟକ
ଛତ୍ରପୁର, (ଦେବଦତ୍ତ ମହାରଣା) :-ଚଳିତ ପଞ୍ଚାୟତ ନିର୍ବାଚନ ଲାଗି ଗଞ୍ଜାମ ଜିଲ୍ଲା ଛତ୍ରପୁର ବ୍ଲକ ୨୦ ନମ୍ବର ଜିଲ୍ଲା ପରିଷଦ ଜୋନ୍ ସଦସ୍ୟ ପାଇଁ ବିଜେଡି ପକ୍ଷରୁ ଛତ୍ରପୁର ବ୍ଲକ ଅଧ୍ୟକ୍ଷ ଏମ୍.ଧନଞ୍ଜୟ ରେଡ୍ଡୀ ପ୍ରାର୍ଥୀ ହୋଇଛନ୍ତି । ୨୦ ନଂ ଜିଲ୍ଲା ପରିଷଦ ଜୋନ୍ ଅଧୀନରେ ଚକିଲଖଣ୍ଡି, ପୋଡାପଦର, କଣମଣା, ଆର୍ଯ୍ୟପଲ୍ଲୀ, କାଳିପଲ୍ଲୀ ଓ ଅଗସ୍ତିନୂଆଗାଁ ପଞ୍ଚାୟତକୁ ନେଇ ଗଠିତ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ ମଙ୍ଗଳ ଯୋଜନା ଓ ବିକାଶମୂଳକ କାର୍ଯ୍ୟକୁ ଆଧାର କରି ନିର୍ବାଚନ ରଣାଙ୍ଗନରେ ବିଜେଡିର ଜିଲ୍ଲା ପରିଷଦ ପ୍ରାର୍ଥୀ ଛତ୍ରପୁର ବ୍ଲକ ଅଧ୍ୟକ୍ଷ ଏମ ଧନଞ୍ଜୟ ରେଡ୍ଡି, ନିର୍ବାଚନ ମୈଦାନରେ ଓହ୍ଲାଇଛନ୍ତି । ସେ ଜଣେ ଉଚ୍ଚ ଶିକ୍ଷିତ ଓ ରାଜନୈତିକ ଅଭିଜ୍ଞତା ହୋଇଥିବାରୁ ସମସ୍ତ କର୍ମୀ ଓ ନେତା ମାନଙ୍କୁ ଏକତ୍ର କରି ନିର୍ବାଚନୀ ପ୍ରଚାର ଘରକୁ ଘର ବୁଲି କରୁଥିବା ଦେଖିବାକୁ ମିଳିଛି । ଶୁକ୍ରବାର ସ୍ଥାନୀୟ ବିଧାୟକ ସୁବାସ ଚନ୍ଦ୍ର ବେହେରା ଆର୍ଯ୍ୟପଲ୍ଲୀ ପଞ୍ଚାୟତର ଘର କୁ ଘର ବୁଲି ପ୍ରାର୍ଥୀ ଏମ. ଧନଜଂୟ ରେଡ୍ଡୀ ନିମନ୍ତେ ପ୍ରଚାର କରିଛନ୍ତି । ଏହାସହିତ ଛତ୍ରପୁର ଏନ୍ଏସିର ପୂର୍ବତନ ଅଧ୍ୟକ୍ଷା ଜି.ଆରତିଙ୍କ ସ୍ୱାମୀ ତଥା ପୂର୍ବତନ ସାଂସଦ ପ୍ରତିନିଧି ଜି.ପାପା ରାଓ, ପୂର୍ବତନ ଏନ୍ଏସି ଉପାଧ୍ୟକ୍ଷ ପ୍ରଦୋଶ କୁମାର ବେହେରା ପ୍ରଚାରର ମଙ୍ଗ ଧରିଛନ୍ତି । ଛତ୍ରପୁର ଏନଏସିର ପୂର୍ବତନ ଅଧ୍ୟକ୍ଷା ଜି.ଆରତୀ , ପୂର୍ବତନ କାଉନସିଲର କେ.କ୍ରାନ୍ତି, ଯୁବ ବିଜେଡି ସଭାପତି ଟି.ଚନ୍ଦ୍ର ଶେଖର ରାଓ, ଅହିଭୂଷଣ ସାହୁ, ଅଗସ୍ତିନୂଆଗାଁ ପଞ୍ଚାୟତର ଯୁବନେତା ବାପି ଦାସ ଏବଂ ଆର୍ଯ୍ୟପଲ୍ଲୀର ବହୁ ମତ୍ସ୍ୟଜିବି ଓ ଛାମୁଆ ନେତା ଓ କର୍ମୀ ମାନେ ଏହି ପ୍ରଚାରରେ ସାମିଲ ହୋଇ ୨୦ ନମ୍ବର ଜିଲ୍ଲା ପରିଷଦ ବିଜେଡି ପ୍ରାର୍ଥୀ ଶ୍ରୀ ରେଡ୍ଡୀଙ୍କୁ ବିପୁଳ ଭୋଟରେ ବିଜୟୀ କରିବା ପାଇଁ ଜନସାଧାରଣଙ୍କୁ ନିବେଦନ କରିଥିଲେ । ଏହି ଜୋନ୍ ଅଧିନରେ ୩୭୯୮୯ ଜଣ ଭୋଟର ରହିଥିବା ବେଳେ ୭ ଜଣ ପ୍ରାର୍ଥୀ ନିର୍ବାଚନ ମୈଦାନକୁ ଓହ୍ଲାଇଛନ୍ତି ।


