ବିଜେଡି ପ୍ରାର୍ଥୀ ନିମନ୍ତେ ପ୍ରଚାର କଲେ ଓଲିଉଡ ଅଭିନେତ୍ରୀ ଜୀନା
ଛତ୍ରପୁର : ଛତ୍ରପୁର ନିର୍ବାଚନ ମଣ୍ଡଳୀର ୧୯ନମ୍ବର ଜୋନ ଜିଲ୍ଲାପରିଷଦ ସଭ୍ୟ ଉପନିର୍ବାଚନ ନିମନ୍ତେ ବିଜୁ ଜନତା ଦଳ ତରଫରୁ ପ୍ରମୋଦ କୁମାର ପ୍ରଧାନ ପ୍ରାର୍ଥୀ ହୋଇଛନ୍ତି । ପ୍ରମୋଦଙ୍କୁ ବିପୁଳ ଭୋଟରେ ବିଜୟୀ କରିବା ନିମନ୍ତେ ବିଧାୟକଙ୍କ ସୁବାସ ଚନ୍ଦ୍ର ବେହେରାଙ୍କ ନେତୃତ୍ୱରେ ଓଲିଉଡ ଅଭିନେତ୍ରୀ ଜୀନା ସାମଲ ଷ୍ଟାର ପ୍ରଚାରକ ଭାବେ ସାମିଲ ହୋଇଥିଲେ । ଜୋନ୍ ଅନ୍ତର୍ଗତ ଚମାଖଣ୍ଡି, ଲକ୍ଷ୍ମୀପୁର, ନରେନ୍ଦ୍ରପୁର, ସୁନ୍ଦରପୁର, ଟାଙ୍ଗଣାପଲ୍ଲୀ ଓ ଶ୍ରୀରାମଚନ୍ଦ୍ରପୁର ପଂଚାୟତର ସମସ୍ତ ଗାଁ କୁ ଗାଁ ଯାଇ ଭୋଟର ମାନଙ୍କୁ ପ୍ରମୋଦ ନିମନ୍ତେ ଶଙ୍ଖ ଚିହ୍ନରେ ଭୋଟ ଦେବା ନିମନ୍ତେ ଅଭିନେତ୍ରୀ ଜୀନା ସାମାଲ ଅନୋରୋଧ କରିଥିଲେ । ଏହାସହ ନିଜର ଅଭିନେତ୍ରୀ ଢଙ୍ଗରେ ଯୁବକ,ଯୁବତୀ ମାନଙ୍କ ଠାରୁ ଆରମ୍ଭ କରି ବୃଦ୍ଧ ବୃଦ୍ଧା ମାନଙ୍କୁ ଭେଟି ଭୋଟ ଭିକ୍ଷା କରିଥିଲେ । ପ୍ରଚାର କାର୍ଯ୍ୟକ୍ରମରେ ରାଜ୍ୟ କୃଷି ବିପଣନର ଉପଦେଷ୍ଟା ତଥା ପୂର୍ବତନ ଉପବାଚସ୍ପତି ରାମଚନ୍ଦ୍ର ପଣ୍ଡା, ଛତ୍ରପୁର ବ୍ଲକ ଅଧ୍ୟକ୍ଷ ଏମ୍.ଧନଜଂୟ ରେଡ୍ଡୀ, ପୂର୍ବତନ ବିଧାୟକ ଅଶୋକ କୁମାର ଚୌଧୂରୀ, ବିଜେଡି ଜିଲ୍ଲା ସଂପାଦକ ମନୋଜ କୁମାର ପାଢୀ, ଜିଲ୍ଲା କାର୍ଯ୍ୟକାରୀ ସଦସ୍ୟ ରବୀନ୍ଦ୍ର ନାଥ ପଣ୍ଡା ଓ ଜି.ଦିଲେଶ୍ୱର ରେଡ୍ଡୀ, ବ୍ଲକ ସଭାପତି ସପ୍ନେଶ୍ୱର ନାହାକ, ବ୍ଲକ ସଭାନେତ୍ରୀ ନମିତା ମହାରଣା, ନାରୀନେତ୍ରୀ ସଂଘମିତ୍ରା ଦଳାଇ, ପୂର୍ବତନ ସମିତି ସଭ୍ୟ ସୁଶାନ୍ତ କୁମାର ସାହୁ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ବି.ସୁଦାମ, ଟାଙ୍ଗଣାପଲ୍ଲୀ ସରପଞ୍ଚ କୁମାରୀ ପ୍ରଧାନ, ସମିତି ସଭ୍ୟା ମାଗି ପ୍ରଧାନ, ନରେନ୍ଦ୍ରପୁର ସରପଞ୍ଚ ବାବୁଲା ବେହେରା, ସମିତି ସଭ୍ୟ ଜ୍ୟୋତିରଂଜନ ସାହୁ, ସୁନ୍ଦରପୁର ସରପଞ୍ଚ ସସ୍ମିତା ମହାଙ୍କୁଡ, ସମିତି ସଭ୍ୟା ସୁକାନ୍ତି ବେହେରା, ପୂର୍ବତନ ସରପଞ୍ଚ ସୋମନାଥ ବେହେରା, ପୂର୍ବତନ ନ୍ୟାୟ ସରପଞ୍ଚ ଯୁଧିଷ୍ଠୀର ମହାଙ୍କୁଡ, ଶ୍ରୀରାମଚନ୍ଦ୍ରପୁର ସରପଞ୍ଚ ରେବତୀ ପ୍ରଧାନ, ସମିତି ସଭ୍ୟା ସୁଷମା ସେଠୀ,ପୋଡାପଦର ସରପଂଚ ପୀତାମ୍ବାର ପଣ୍ଡା, ସରକାରୀ ଓକିଲ ଭୈରବୀ ପଟ୍ଟନାୟ, ସୁରେଶ ପଣ୍ଡା ଓ ଡମିନାଥ ସାହୁ, ଆର୍.ସନ୍ତୋଷ ରେଡ୍ଡୀ, ଏନ୍.କାମରାଜୁ ରେଡ୍ଡୀଙ୍କ ସମେତ ବହୁ ସଂଖ୍ୟାରେ ମହିଳା ଓ ପୁରୁଷ କର୍ମୀ ସାମିଲ ହୋଇଥିଲେ । ୨୦୧୭ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଏହି ଜୋନ୍ରେ ବିଜେଡିର ବାଜିମାତ୍ ରହିଥିବା ବେଳେ କ୍ରମାଗତ ବିଜୟୀ ପାଇଁ ଜୋନର ବିଭିନ୍ନ ଗାଁ ଗାଁରେ ଦଳୀୟ ପ୍ରାର୍ଥୀଙ୍କ ନିମନ୍ତେ ପ୍ରଚାର କାର୍ଯ୍ୟ ଛତ୍ରପୁର ବିଧାୟକ ଶ୍ରୀ ବେହେରା ଓ ବ୍ଲକ ଅଧ୍ୟକ୍ଷ ଶ୍ରୀରେଡ୍ଡୀ ନେତୃତ୍ୱରେ ପରିଚାଳନା କରାଯାଉଛି । ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନହିତକର ଯୋଜନା ଗୁଡିକର ଗୁଣଗାନ କରିବା ସହ ମୁଖ୍ୟମନ୍ତ୍ରୀଙ୍କ ହାତ ମୁଠାକୁ ଟାଣ କରିବା ପାଇଁ ଜିଲ୍ଲା ପରିଷଦ ପ୍ରାର୍ଥୀ ପ୍ରମୋଦ କୁମାର ପ୍ରଧାନଙ୍କୁ ବିପୁଳ ଭୋଟରେ ବିଜୟୀ କରିବା ପାଇଁ ଉଭୟ ରଣକୈାଶଳ କରିଚାଲିଛନ୍ତି ।


