ବିଜେଡି ପ୍ରାର୍ଥୀ ରାଜେନ୍ଦ୍ର ସାହୁଙ୍କ ରୋଡ୍ ଶୋ

ବେଗୁନିଆ/ବୋଲଗଡ଼ (ଜୁଗାବ୍ଦ ନ୍ୟୁଜ୍‍): ବେଗୁନିଆ ବୋଲଗଡ଼ ନିର୍ବାଚନ ମଣ୍ଡଳୀର ବିଜେଡି ପ୍ରାର୍ଥୀ ରାଜେନ୍ଦ୍ର କୁମାର ସାହୁ ମଙ୍ଗଳବାର ଅପରାହ୍ଣରେ ବୋଲଗଡ ବ୍ଲକ୍ର ଦିଘିରୀଠାରୁ ରୋଡ୍ ଶୋ ଆରମ୍ଭ କରି ସାରୁଅଠାରେ ଶେଷ କରିଥିଲେ । ଏହି ରୋଡ୍ ଶୋରେ ନିର୍ବାଚନମଣ୍ଡଳୀର ବିଭିନ୍ନ ଛକ ଜାଗା ଦିଘିରୀ, ଭିମପଡ଼ା, ପଞ୍ଚୁକୋଟ, ବୋଲଗଡ଼, ଚୁଡ଼ା, ସୁନାଖଳା, ବିନୋଦପଡ଼ା, ପିଚୁକୁଳି, ଟିକାତାଳ ଚକାପଦା, ଗଡ଼ତରା ବେଗୁନିଆ, ବାଘମାରୀ ଓ ସାରୁଅ ଆଦି ସ୍ଥାନରେ ଜନସମ୍ପର୍କ ଯାତ୍ରା କରିଥିଲେ । ସମ୍ପୃକ୍ତ ସ୍ଥାନଗୁଡ଼ିକ ପରିକ୍ରମା କରି ନବୀନ ସରକାରଙ୍କ ବିଭିନ୍ନ ଜନହିତକର କାର୍ଯ୍ୟ ବିଷୟରେ ଲୋକଙ୍କୁ ଜଣାଇ ଶଙ୍ଖ ଚିହ୍ନରେ ବିଜେଡିକୁ ଭୋଟ ଦେବାପାଇଁ ଭୋଟରଙ୍କୁ ନିବେଦନ କରିଥିଲେ । ଭୁବେନଶ୍ୱର ଲୋକସଭା ପ୍ରାର୍ଥୀ ଅରୁପ ପଟ୍ଟନାୟକ, ସିନେତାରକା ଅର୍ଚ୍ଚିତା ସାହୁ, ସବ୍ୟସାଚୀ ମହାପାତ୍ର ଷ୍ଟାର କ୍ୟାମ୍ପେନର ଭାବେ ଯୋଗ ଦେଇ ନବୀନ ସରକାରଙ୍କ ବିକାଶମୂଳକ ଯୋଜନାର ଉଦାହରଣ ଦେଇ ରାଜ୍ୟର ସମୃଦ୍ଧି ପାଇଁ ନବୀନଙ୍କ ହାତମୁଠାକୁ ଟାଣକରିବାପାଇଁ ଶ୍ରୀ ସାହୁଙ୍କୁ ଶଙ୍ଖ ଚିହ୍ନରେ ଭୋଟ ଦେବାପାଇଁ ନିବେଦନ କରିଥିଲେ । ବେଗୁନିଆ ବୋଲଗଡ଼ ବ୍ଲକ୍ର ପ୍ରତି ପଞ୍ଚାୟତରୁ ଶତାଧିକ କର୍ମୀ ବାଇକ୍ ଯୋଗେ ଏହି ଶୋଭାଯାତ୍ରାରେ ଯୋଗଦେଇଥିବା ବେଳେ ପ୍ରାୟ ୪୦ଟି ପଞ୍ଚାୟତରୁ ୪୦୦୦ କର୍ମୀ ଏହି ରୋଡ୍ ଶୋରେ ଭାଗ ନେଇଥିଲେ । ଏହି ରୋଡ୍ ଶୋରେ ବେଗୁନିଆ ବ୍ଲକ୍ ଅଧ୍ୟକ୍ଷା ଜାନକୀ ସ୍ୱାଇଁ, ଉପାଧ୍ୟକ୍ଷ, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ବସନ୍ତ କୁମାର ସାହୁ, ପ୍ରଭାତ କୁମାର ପ୍ରହରାଜ, ପ୍ରକାଶ କୁମାର ବଳିଆରସିଂ, ଜିଲ୍ଲା ପରିଷଦ ସଭ୍ୟ ଅର୍ଜୁନ ପ୍ରଧାନ, ଅନାଦି ସାହୁ, ବୋଲଗଡ଼ ବ୍ଲକ ଅଧ୍ୟକ୍ଷ ଗୋପାଳ ବେହେରା, ଉପାଧ୍ୟକ୍ଷ, ଜିଲ୍ଲା ପରିଷଦ ସଭ୍ୟ ଏବଂ ବହୁ ସରପଞ୍ଚ ଏବଂ ସମିତିସଭ୍ୟ ପ୍ରମୁଖ ସାମିଲ ହୋଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ