ବିଜେଡି ବରିଷ୍ଠ ନେତା ବିଷ୍ଣୁ ଦାସଙ୍କ ବିୟୋଗରେ ପାରାଦ୍ୱୀପରେ ଶୋକ ସଭା

ପାରାଦ୍ୱୀପ, (ପିତବାସ ପ୍ରଧାନ):ବିଜେଡିର ବରିଷ୍ଠ ନେତା ତଥା ତିର୍ତ୍ତୋଲ ବିଧାୟକ ବିଷ୍ଣୁ ଚରଣ ଦାସଙ୍କ ୬୭ ବର୍ଷ ବୟସରେ ଭୁବନେଶ୍ୱର ଏକ ଘରୋଇ ଚିକିତ୍ସାଳୟରେ ଗତ ଜୁଲାଇ ମାସ ୬ତାରିଖ ଦିନ ଦେହାନ୍ତ ହୋଇଯାଇଛି । ସୂଚନା ଥାଉକି ଗତ ଜୁନ୍ ମାସ ୨୨ ତାରିଖରେ ବ୍ରେନ୍ ଷ୍ଟୋକରେ ସେ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲେ । ସ୍ୱର୍ଗତ ଦାସ ୫ଥର ଜଗତସିଂହପୁର ଓ ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀରୁ ବିଧାନସଭାକୁ ନିର୍ବାଚିତ ହୋଇଯାଇଥିôବାବେଳେ ଥରେ ରାଜ୍ୟ ସଭାକୁ ଯାଇଥିଲେ । ଏତଦ୍‌ବ୍ୟତିତ ସେ ରାଜ୍ୟ ଯୋଜନା ବୋର୍ଡର ଉପାଧ୍ୟକ୍ଷ ଭାବେ ମଧ୍ୟ ନିଯୁକ୍ତ ହୋଇଥିଲେ । ତାଙ୍କ ବିୟୋଗରେ ସମଗ୍ର ଜଗତସିଂହପୁର ଜିଲ୍ଲା ସମେତ ପାରାଦ୍ୱୀପ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି । ସ୍ୱର୍ଗତ ଦାସଙ୍କ ଅମର ଆତ୍ମାର ସଦଗଦୀ ଓ ସ୍ମୃତି ଚାରଣ ଉଦ୍ଦେଶ୍ୟରେ ପାରାଦ୍ୱୀପ ନଗର ବିଜେଡି ପକ୍ଷରୁ ବିଜୁ ମେମୋରିଆଲ ଟ୍ରଷ୍ଟ ପରିସରେ ଶୁକ୍ରବାର ସଂନ୍ଧ୍ୟାରେ ଏକ ସ୍ମୃତି ସଭାର ଆୟୋଜନ କରାଯାଇଥିଲା । ଏହି ସଭାରେ ପାରାଦ୍ୱୀପ ବିଜୁ ଜନତା ଦଳର ସଭାପତି ତଥା ପୂର୍ବତ୍ତନ ପୌରାଧ୍ୟକ୍ଷ ବସନ୍ତ କୁମାର ବିଶ୍ୱାଳ ସଭାପତିତ୍ୱ କରିଥିôବା ବେଳେ ପୂର୍ବତ୍ତନ ସାଂସଦ ପ୍ରଭାତ ସାମନ୍ତରାୟ, ବରିଷ୍ଟ ଶ୍ରମିକ ନେତା ସନ୍ତୋଷ ପଟ୍ଟନାୟକ, ପୂର୍ବତ୍ତନ ପାରାଦ୍ୱୀପ ପୌରାଧ୍ୟକ୍ଷ ଗୋବିନ୍ଦ ତରାଇ, ବିଜେଡି ନେତା କୁମର ବର ନାୟକ, ପ୍ରଭାତୀ ନାୟକ, ସୁରେଶ ଦାସ ସମେତ ବହୁ କର୍ମୀ ଯୋଗଦେଇ ସ୍ୱଗର୍ତ ଶ୍ରୀ ଦାସଙ୍କ ସ୍ମୃତିଚାରଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ