ବିଜେଡି ବିଧାୟକଙ୍କ ଟେଣ୍ଡର ଫିକ୍ସିଂରେ ସଂପୃକ୍ତି ପ୍ରତିବାଦରେ ଜିଲ୍ଲା ଯୁବ ଓ ଛାତ୍ର କଂଗ୍ରେସର କୁଶପୁତଳିକା ଦାହ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) : ରାଜନଗରର ବିଜେଡି ବିଧାୟକ ଧ୍ରୁବ ସାହୁଙ୍କ ଟେଣ୍ଡର ଫିକ୍ସିଂରେ ସଂପୃକ୍ତିକୁ ନେଇ ଜିଲ୍ଲା ଯୁବ ଓ ଛାତ୍ର କଂଗ୍ରେସ ପକ୍ଷରୁ ଆଜି ଅପରାହ୍ନରେ ତିନିମୁହାଣି ଛକରେ ବିଧାୟକ ଶ୍ରୀ ସାହୁଙ୍କ କୁଶ ପୁତଳିକା ଦାହ କରାଯାଇଛି । ବିଧାୟକ ଶ୍ରୀ ସାହୁଙ୍କୁ ବିଧାୟକ ପଦରୁ ବହିଷ୍କାର କରାଯିବା ସହିତ ତାଙ୍କ ବିରୋଧରେ ଫୈାଜଦାରୀ ମାମଲା ରୁଜୁ କରାଯିବା ପାଇଁ ଜିଲ୍ଲା ଯୁବ ଓ ଛାତ୍ର କଂଗ୍ରେସ ପକ୍ଷରୁ ଦାବି କରାଯାଇଛି । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଯୁବ କଂଗ୍ରେସ ସଭାପତି ରଞ୍ଜନ ବେହେରା, ଜିଲ୍ଲା ଛାତ୍ର କଂଗ୍ରେସ ସଭାପତି ପରଭେଜ ଅକ୍ତର, କେନ୍ଦ୍ରାପଡା ବିଧାନସଭା କ୍ଷେତ୍ର ସଭାପତି ରତିକାନ୍ତ ସାମଲ, ସାର୍ଥକ ମହାପାତ୍ର, ସେକ ଅମୀର, ନରେଶ ଜେନା, ଅଭୟ ଦାସ, କବିର ଖାନ, ମୁମତାଜ ଅଲ୍ଲୀ, ସୁଜିତ ଦାସ, ପ୍ରଦୀପ ବିଶ୍ୱାଳ, ଦେବାଶିଷ ମହାନ୍ତି, ସମୀର ଜେନା ପ୍ରମୁଖ ସାମିଲ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ