ବିଜେଡି ମହିଳା ଗୋଷ୍ଠୀ ବୈଠକ
ନୟାହାଟ (ଜୁଗାବ୍ଦ ନ୍ୟୁଜ୍): ନୟାହାଟ ଫାଣ୍ଡି ଅନ୍ତର୍ଗତ ପ୍ରାଚୀ ଗୁରୁ ଧର୍ମକ୍ଷେତ୍ର ନୂଆମଠଠାରେ ସ୍ୱୟଂ ସହାୟକ ବିଜେଡିର ମହିଳା ଗୋଷ୍ଠୀ ପକ୍ଷରୁ ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଜଙ୍ଗଲବୋରୀ ପଞ୍ଚାୟତର ଶତାଧିକ ମହିଳା ଯୋଗ ଦେଇଥିଲେ । ବିଜେଡି ସଭାପତି କାହ୍ନୁଚରଣ ସାହୁଙ୍କ ନେତୃ୍ବରେ ଏହି ବୈଠକ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିଭିନ୍ନ ଉନ୍ନତିମୂଳକ ଯୋଜନାର ସଫଳତା ଉପରେ ଆଲୋଚନା କରାଯାଇଥିଲା । ଗୋପ ବ୍ଲକ୍ର ମହିଳା ନେତ୍ରୀ ରମ୍ଭା ମହାରଥା ଯୋଗ ଦେଇଥିଲେ । ଆଗାମୀ ଦିନରେ ମହିଳା ଗୋଷ୍ଠୀ ନିର୍ବାଚନ ସମୟରେ ଶଙ୍ଖ ଚିହ୍ନରେ ଭୋଟ୍ ଦେଇ ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ନିଷ୍ପତ୍ତି ନିଆଯାଇଥିଲା ।


