ବିଜେଡି ମହିଳା ସମାବେଶ ଅନୁଷ୍ଠିତ

ପାରଳାଖେମୁଣ୍ଡି, (ତାରିଣୀ ପଣ୍ଡା) :ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସହର ର ରାମନଗର ସ୍ଥିତ ହାଇଟେକ୍ ଗୃହ ଠାରେ ଜିଲ୍ଲାର ତିନିଗୋଟି ବ୍ଲକ ଓ ପାରଳାଖେମୁଣ୍ଡି ପୌରପରିଷଦ ର ମହିଳା ମାନଙ୍କୁ ନେଇ ଆଗାମୀ ନିର୍ବାଚନ ସକାଶେ ଏକ ସମାବେଶ ଅନୁଷ୍ଠିତ ହୋଇଛି । ଉକ୍ତ କାର୍ଯ୍ୟକ୍ରମରେ ହାଇଟେକ୍ ଅଧ୍ୟକ୍ଷ ବା ବରିଷ୍ଠ ବିଜେଡି ନେତା DR: ତିରୁପତି ପାଣିଗ୍ରାହୀ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମ ଟିକୁ ଉଦଘାଟନ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ସମସ୍ତ ମହିଳା ମାନଙ୍କୁ ମହିଳା ନେତ୍ରୀ ସଂଯୁକ୍ତା ବେହେରା ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ କହିବା ସହ ନିଜ ଅଞ୍ଚଳରେ କିପରି ମହିଳା ମାନେ ଏକତ୍ରିତ ହୋଇ ବିଜେଡି ଦଳ କୁ ଆଗେଇ ନେବେ ସେ ସମ୍ପର୍କରେ ସମସ୍ତେ ମିଳିମିଶି ନିଷ୍ପତ୍ତି ନେଇଥିଲେ । ଉକ୍ତ କାର୍ଯ୍ୟକ୍ରମରେ ତିନିଗୋଟି ବ୍ଲକ କାଶୀନଗର, ଗୁମ୍ମା, ଗୋସାଣୀ ଓ ପାରଳାଖେମୁଣ୍ଡି ପୌର ପରିଷଦ ର ବହୁ ନାରୀ ନେତ୍ରୀ ମାନେ ଯୋଗଦାନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ