ବିଜେଡି ଯୁବ ନେତାଙ୍କ ଗୁମ୍ଫା ବ୍ଲକ ପରିଦର୍ଶନ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା ଅନ୍ତର୍ଗତ ଗୁମ୍ମା ବ୍ଲକ ବଡ଼ କଳାକୋଟ ପଂଚାୟତ ତୁମକୋର୍ ଏରିଆ ଅଫିସ ଓ ବୁରୁଡି ମଣ୍ଡଳୀ ପରିଦର୍ଶନ କଲେ ବିଜେଡି ୟୁବ ନେତା ଇଞ୍ଜିନିୟର ରୁପେଶ ପାଣିଗ୍ରାହୀ. ଶ୍ରୀ ପାଣିଗ୍ରାହୀ ଉକ୍ତ ଅଞ୍ଚଳ ଗସ୍ତ କରି ଅଞ୍ଚଳବାସୀଙ୍କ ନିକଟରେ ବଡ଼ ଦିନ ଓ ନୂତନ ବର୍ଷର ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଥିଲେ ।ତାପରେ ମୁଖ୍ୟମନ୍ତ୍ରୀଙ୍କ ଜନ ମଙ୍ଗଳ କାରୀ ଯୋଜନା ବିଷୟରେ ଲୋକଙ୍କୁ ବୁଝାଇଥିଲେ । ଉକ୍ତ ଚର୍ଜ ଗୁଡ଼ିକର ପରିଚାଳକ ତଥା ଦିକନ୍ ଗଣକୁ ବଡଦିନ ଉପହାର ପ୍ରଦାନ କରିଥିଲେ ଶ୍ରୀ ପାଣିଗ୍ରାହୀ ସହିତ ସମସ୍ତ ପରିସ୍ଥିତି ରେ ସେ ଅଞ୍ଚଳ ବାସୀଙ୍କ ସହ ରହିବା ସହ ଅଞ୍ଚଳର ବିଭିନ୍ନ ସମସ୍ଯା ଓ ଅଭିଯୋଗ ଶୁଣି ସେଗୁଡ଼ିକର ସମ ସମାଧାନ କରିବା ପାଇଁ ପ୍ରତିଶ୍ରୁତି ପ୍ରତି ଦେଇ ଥିଲେ । ଏହି କାର୍ଯ୍ୟକ୍ରମ ରେ ଶ୍ରୀ ପାଣିଗ୍ରାହୀଙ୍କ ସହ ଗୁମ୍ମା ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ସୁନେମି ମଣ୍ଡଳ, ଏସ ଡି ସଦସ୍ୟ ଶ୍ରୀ ମସୂଳନ ରଇତ, ବିଜେଡି ଗୁମ୍ମା ବ୍ଲକ ସଭାପତି ଅଗଷ୍ଟସ ଗମାଙ୍ଗ, ବ୍ଲକ ବିଜେଡି ଯୁବ ସଭାପତି ସଭାପତି ଶ୍ରୀ ନିରୋଜ କୁମାର ଷଡ଼ଙ୍ଗୀ, ସୁଭାସିସ ଏଡନ ଏଡଲା, ଦିପୁ ପଟ୍ଟନାୟକ ପ୍ରମୁଖ ଯୋଗ ଦେଇଥିଲେ. ଅଞ୍ଚଳର ଜନସାଧାରଣ ତାଙ୍କୁ ହୃଦୟର ସହ ଗ୍ରହଣ କରୁଥିବା ଦେଖିବାକୁ ମିଳିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ