ବିଜେଡି ରାଜ୍ୟ ମହିଳା ସମ୍ପାଦିକାଙ୍କ ପକ୍ଷରୁ ମାକ୍ସ, ସାନିଟାଇଜର ବଣ୍ଟନ
ବନ୍ତ, (ଚାନ୍ଦିନୀ ମହାନ୍ତି) : ରାଜ୍ୟ ବିଜୁ ଜନତା ଦଳର ମହିଳା ସମ୍ପାଦିକା ସୁଜାତା ଜେନା ଶୁକ୍ରବାର ବନ୍ତ ବ୍ଲକ ଗ୍ରସ୍ତରେ ଆସି ଗୋବିନ୍ଦପୁର ପଞ୍ଚାୟତ ମୁଣ୍ଡାସାହିରେ ପହଞ୍ôଚ ଲୋକ ମାନଙ୍କୁ କରୋନା ମହାମାରୀ ସଂକ୍ରମଣ ସଂପର୍କରେ ସଚେତନ କରାଇଥିଲେ । ଏଥିସହ ଉକ୍ତ ସାହିର ୫୦ ଜଣ ଲୋକଙ୍କୁ ମାକ୍ସ, ସାନିଟାଇଜର ବଣ୍ଟନ କରିଥିଲେ । ଏଥିରେ ସମାଜସେବୀ ସନ୍ତୋଷ କୁମାର ବାରିକ, ପ୍ରକାଶ ନାୟକ, ମାନସ କୁମାର ରାଉତ, ପ୍ରଭାତ କୁମାର ସେଠୀ ସହଯୋଗ କରିଥିଲେ ।


