ବିଜେଡି ର ଜନସମ୍ପର୍କ ପଦଯାତ୍ରା

ମୋହନା, (ଅଂଶୁମାନ ପଣ୍ଡା):ଗଜପତି ଜ଼ିଲ୍ଲା ମୋହନା ଠାରେ ମଙ୍ଗଳବାର ବିଜେଡି ର ଜନସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି, ସ୍ଥାନୀୟ ହାଇସ୍କୁଲ ଛକ ଠାରୁ ଶତାଧିକ ବିଜେଡି କର୍ମୀ ଏକ ଶୋଭାଯାତ୍ରା ରେ ବାହାରି ସହର ପରିକ୍ରମା କରିଥିଲେ l ସ୍ଥାନେ ସ୍ଥାନେ ପଥପ୍ରାନ୍ତ ସଭା ମାଧ୍ୟମରେ ଲୋକଙ୍କୁ ମିଥ୍ୟା ପ୍ରତିଶୃତି ଦେଇ ସରକାର କୁ ଆସିଥିବା ବିଜେପି ସରକାର ଉପରେ ବାର୍ଷିଥିଲେ ବିଜେଡି ନେତୃବୃନ୍ଦ l ସରକାର ରେ ନଥିଲେ ମଧ୍ୟ ବିଜେଡି ଏବେ ମଧ୍ୟ ଲୋକଙ୍କ ସ୍ୱାର୍ଥପାଇଁ ଲଢେଇ ଜାରିରଖିବ ବୋଲି ଆଶ୍ୱାସନା ଦେଇଛନ୍ତି ନେତୃବୃନ୍ଦ l ଏହି କାର୍ଯ୍ୟକ୍ରମ ରେ ଗଜପତି ଜ଼ିଲ୍ଲା ବିଜେଡି ସଭାପତି ଜଗବନ୍ଧୁ ଦାସ, ପାରଳାଖେମୁଣ୍ଡି ବିଧାୟକ ରୁପେଶ ପାଣିଗ୍ରାହୀ, ଜ଼ିଲ୍ଲାପରିଷଦ ଅଧ୍ୟକ୍ଷ ଜି. ତିରୁପତି ରାଓ, ରାଜ୍ୟ ସମ୍ପାଦକ ପ୍ରଦୀପ ନାୟକ, ଜ଼ିଲ୍ଲା ମହିଳା ସଭାନେତ୍ରୀ ପୂର୍ଣ୍ଣବାସୀ ନାୟକ ଙ୍କ ସମେତ ଶତାଧିକ ବିଜେଡି ନେତା ଯୋଗଦେଇଥିଲେ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ