ବିଜେଡି ର ଜନ ସମ୍ପର୍କ ପଦଯାତ୍ରା
ଗଂଜାମ (ଯୁଗାବ୍ଦ ନ୍ୟୁଜ ) ଗଂଜାମ ବ୍ଲକ ରେ ବିଜେଡି ର ୨ୟ ପର୍ୟ୍ୟାୟ ରେ ରାଜପୁର , କରପଡା, ଓ ସାନରାମଚନ୍ଦ୍ର ପୁର ପଂଚାୟତ ରେ ଜନସମ୍ପର୍କ ପଦଯାତ୍ରା ଓ ସଭ୍ୟ ସଂଗ୍ରହ ଅଭିଯାନ ଆରମ୍ଭ ହୋଇଯାଇଛି । ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା, ରାଜପୁର ପଞ୍ଚୟତ ଠାରୁ ଏହାର ଶୁଭରମ୍ଭ କରିଥିବା ବେଳେ, ରାଜ୍ୟ କୃଷି ବିପଣନ ନିଗମର ଉପଦେଷ୍ଟା ତଥା ପୂର୍ବତନ ଉପବାଚସ୍ପତି ରାମଚନ୍ଦ୍ର ପଣ୍ଡା, ବ୍ରମହପୁର ସାଂସଦ ଚନ୍ଦ୍ର ଶେଖର ସାହୁ ଯୋଗ ଦେଇଥିଲେ । ଏଥିରେ ପୁର୍ବତନ ବିଧାୟକ ଅଶୋକ ଚୌଧିରି, ଆଦିକନ୍ଧ ସେଠୀ, ଉପସ୍ଥିତ ଥିଲେ ।ରାଜୁପୁର, କାଚରା, ନିଳାଦ୍ରୀ ପୁର,, କରପଡା ପଞ୍ଚୟତ ର ଆଲ୍ଲୀଆ ବାଦ , କରପଡା, ବିରିପୁର, , ସାନ ରାମଚନ୍ଦ୍ର ପୁର ପଞ୍ଚୟତ ର ବୁରୁଡ଼ି ,ଜହମି, ମଧୁରଛୁଆଁ, ଡିଆଡଂଇ, ଗୋୖରାଙ୍ଗ ପାଟଣା, ଦେଇ ବିରୁଲି ଗଡରେ ଶେଷ ହୋଇଥିଲା । ଏହି ସମୟରେ ମୁଖ୍ୟମନ୍ତ୍ରୀ ଙ୍କ ବିଭିନ ଉନ୍ନୟନଯୋଜନା ଓ ୫ଟି , ମୋ ସରକାର କାର୍ୟ୍ୟ ସୂଚୀ ଉପରେ ସଚେତନ ତା କରିଥିଲେ ।ବ୍ଲକ ସଭାପତି ଇନ୍ଦ୍ରମଣି ଦଳେଇ, ପୁର୍ବତନ ବ୍ଲକ ଅଧ୍ୟକ୍ଷ ସୁରଥପ୍ରଧାନ, ବ୍ଲକ ଉପାଧ୍ୟକ୍ଷ ମିନତୀ ପ୍ରଧାନ, ସରପଞ୍ଚ ସନ୍ତୋଷ ସେଠୀ, ନିରଂଜନ ରେଡି, କବିତା ସ୍ୱାଇଁ, ବନିତା ଦଳେଇ,ଚନ୍ଦ୍ର ମୋହନ ସାହୁ, ପ୍ରଭାତ ସେଠୀ, ସମିତି ସଭ୍ୟ ଶତ୍ରୁଘନ ମହାଙ୍ଗୁଡ଼ , ଗଗନ ସ୍ଵାଇଁ, ନିତୁପ୍ରଧାନ, ଯୁବନେତା ରଙ୍କନିଧି ପ୍ରଧାନ, ଭାଗ୍ୟ ରେଡି, ଅନ୍ତର୍ୟ୍ୟାମୀ ବେହେରା, କେଦାର ସ୍ୱାଇଁ, ବଂଶୀ ଧର ବେହେରା, ବନବାସୀ ଖୁଣ୍ଟିଆ, ବ୍ଲକ ଯୁବ ସଭାପତି ଶିବୁ ସ୍ଵାଇଁ, ଛାତ୍ର ଜିଲ୍ଲା ସମ୍ପାଦକ ଲିଙ୍ଗରାଜ ମହାପାତ୍ର, , ପୁର୍ବତନ ଅଧକ୍ଷ ରଘୁସାହୁ, ଜିଲ୍ଲା ପରିଷଦ ସଭ୍ୟ ଜେ. ସନ୍ତୋସୀ, ଯୁବନେତା ଟୁକୁନା ଦଳେଇ, ରଞ୍ଜିତ ପଲେଇ, ପ୍ରମୁଖ ଙ୍କ ସମେତ ଶହ, ଶହ, ଦଳୀୟ ସମର୍ଥକ ସାମିଲ ହୋଇଥିଲେ।ବିଭିନ୍ନ ଗ୍ରାମରେ ଭାବ୍ୟ ସମର୍ଦ୍ଧନା ଦିଆଯାଇଥିଲା ଏହି ଜନସଂର୍କ ପଦ ଯାତ୍ରା କୁ ।