ବିଜେଡି ର ପ୍ରତିଷ୍ଠିତ ଦିବସ ଅବସରରେ ବିଜୁ ବାବୁ ଙ୍କ ପ୍ରତିମୂର୍ତ୍ତି ପୁଷ୍ପମାଲ୍ୟପଣ

ଶେରଗଡ଼, (ବିଭୁ ପ୍ରସାଦ ଦାସ):୧୯୯୭ ମସିହାର ଆଜିର ଦିନରେ ଜନ୍ମ ନେଇଥିଲା ବିଜୁ ଜନତା ଦଳ। ସ୍ବର୍ଗତ ଓଡ଼ିଶାର ଭୂମିପୁତ୍ର ପ୍ରବାଦ ପୁରୁଷ ବିଜୟାନନ୍ଦ ପଟ୍ଟନାୟକ ପ୍ରିୟ ବିଜୁ ବାବୁଙ୍କ ନାମରେ ନାମିତ ହେଲା ବିଜୁ ଜନତା ଦଳ। ତେବେ ବିଜୁ ଜନତା ଦଳରେ ସେତେ ବେଳେ ସାରଥୀ ସାଜିଥିଲେ ସ୍ୱୟଂ ବିଜୁ ବାବୁଙ୍କ କନିଷ୍ଠ ପୁତ୍ର ଆଜିର ଅପ୍ରପତିଦ୍ବନ୍ଦି ମହାନାୟକ ଆମ ଓଡ଼ିଶାର ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ। ନବୀନ ପଟ୍ଟନାୟକଙ୍କର ନେତୃବରେ ଆଜି ଦୀର୍ଘ ଦୁଇ ଦଶନ୍ଧି ଧରି ଗୋଟେ ଆଞ୍ଚଳିକ ଦଳ ପାଞ୍ଚ ପାଞ୍ଚ ଥରର ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକଙ୍କର ବଳିଷ୍ଠ ନେତୃତ୍ୱ ଏବଂ ସ୍ୱଚ୍ଛ ଶାସନ ପାଇଁ ଓଡ଼ିଶାର ଚାରିକୋଟିରୁ ଉର୍ଦ୍ଧ ଲୋକଙ୍କର ଆସ୍ଥା ଭାଜନ ହେବା ସହ ଓଡିଶା ତଥା ଭାରତ ରାଜନୀତିରେ ନିଜର ଏକ ଅନନ୍ୟ ଛାପ ଛାଡିବାରେ ସଫଳ ହୋଇଛି।ବିଜେଡି ପ୍ରତିଷ୍ଠା ଦିବସ ଅବସରରେ ସ୍ବର୍ଗୀୟ ବିଜୁ ପଟ୍ଟନାୟକ ତଥା ଯାହାଙ୍କ ନାମରେ ନାମିତ ବିଜୁ ଜନତା ଦଳ ତାଙ୍କୁ ସମ୍ମାନ ଜଣାଇ ସ୍ମୃତି ଚାରଣ କରି ଶେରଗଡ ଚାରିଛକ ଠାରେ ଥିବା କଳିଙ୍ଗ ବରପୁତ୍ର ବିଜୁ ବାବୁଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପ ମାଲ୍ୟାର୍ପଣ ପ୍ରଦାନ କରାଯାଇଥିଲା ।ଏହି କାର୍ଯ୍ୟକ୍ରମରେ ବ୍ଳକ ଅଧ୍ୟକ୍ଷା ଶ୍ରୀମତୀ ସାରସ ସ୍ବାଇଁ,ବ୍ଳକ ଉପାଧ୍ୟକ୍ଷ ବିଶ୍ବନାଥ ସ୍ବାଇଁ,ବ୍ଳକ ବିଜେଡି ସଭାପତି ଶରତ ଚନ୍ଦ୍ର ପାତ୍ର, ବ୍ଳକ ଯୁବ ବିଜେଡି ସଭାପତି ସନ୍ତୋଷ କୁମାର ପଟ୍ଟନାୟକ, ବରିଷ୍ଠ ବିଜେଡି ନେତା ହୃଷୀକେଶ ପାଢ଼ୀ , ହୀନ ବେହେରା, ପୂର୍ବତନ ସରପଞ୍ଚ ଧ୍ରୁବ ନାୟକ,ମକରା ସ୍ବାଇଁ,ଦିଗାମ୍ବର ନାୟକ,ସିମାଞ୍ଚଳ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ