ବିଜେଡି ର ହାତ ଛାଡିଲେ ବଳଭଦ୍ର ମାଝୀ
ବିଜେଡିରୁ ଇସ୍ତଫା ଦେଲେ ନବରଙ୍ଗପୁର ସାଂସଦ ବଳଭଦ୍ର ମାଝୀ । ଦଳ ଅଣଦେଖା କରିବାରୁ ବଳଭଦ୍ର ବିଜେଡିରୁ ଇସ୍ତଫା ଦେଇଛନ୍ତି ବୋଲି କହିଛନ୍ତି ବଳଭଦ୍ର । ମୁଖ୍ୟମନ୍ତ୍ରୀଙ୍କ ରାଜନୈତିକ ସଚିବଙ୍କୁ ଭେଟି ବଳଭଦ୍ର ନିଜର ଇସ୍ତଫାପତ୍ର ପ୍ରଦାନ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ସହ ମୋତେ ଭେଟ କରିବାକୁ ସୁଯୋଗ ଦିଆଗଲାନି ବୋଲି କହିଛନ୍ତି ବଳଭଦ୍ର ।
ନିର୍ବାଚନ ପୂର୍ବରୁ ବଳଭଦ୍ରଙ୍କ ଇସ୍ତଫା ବିଜେଡିକୁ ବଡ ଝଟକା ଦେଇଛି । ତେବେ ବଳଭଦ୍ର କେଉଁ ଦଳକୁ ଯିବେ ତାହା ଏଯାଏଁ ସ୍ପଷ୍ଟ କରିନାହାନ୍ତି । ପ୍ରଥମ ପର୍ୟ୍ୟାୟରେ ନବରଙ୍ଗପୁର ଲୋକସଭା ଆସନ ପାଇଁ ମତଦାନ ହେବାକୁ ଥିବା ବେଳେ ବଳଭଦ୍ର କେଉଁ ଦଳକୁ ଯିବେ ତାହା ଖୁବ ଶୀଘ୍ର ସ୍ପଷ୍ଟ ହୋଇଯିବ । ୨୦୧୪ରେ ବିଜେଡି ଟିକେଟରେ ବଳଭଦ୍ର କଂଗ୍ରେସର ହେଭିୱେଟ ପ୍ରଦୀପ ମାଝୀଙ୍କୁ ୨୦୦୦ରୁ କମ ଭୋଟରେ ହରାଇ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ । ୨୦୧୪ରେ ବିଜେଡି ଟିକେଟରେ ବଳଭଦ୍ର କଂଗ୍ରେସର ହେଭିୱେଟ ପ୍ରଦୀପ ମାଝୀଙ୍କୁ ୨୦୦୦ରୁ କମ ଭୋଟରେ ହରାଇ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ ।