ବିଜେଡି ସଂଖ୍ୟାଲଘୁ ସେଲ୍ ପକ୍ଷରୁ ନବୀନ ପଟ୍ଟନାୟକଙ୍କ ଜନ୍ମଦିନ ପାଳିତ

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):ସମସ୍ତଙ୍କର ପ୍ରିୟ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ୭୯ତମ ଜନ୍ମଦିବସ ଜିଲ୍ଲା ବିଜେଡି ସଂଖ୍ୟାଲଘୁ ସେଲ ପକ୍ଷରୁ ପାଳିତ ହୋଇଯାଇଛି । ଏହି ଅବସରରେ ଜିଲ୍ଲା ବିଜେଡି ସଂଖ୍ୟାଲଘୁ ସେଲର ସଭାପତି ମହମ୍ମଦ ସେକ୍ ଇନାୟତ୍‌(ଚନ୍ଦନ)ଙ୍କ ନେତୃତ୍ୱରେ ସଂଖ୍ୟାଲଘୁ ସଂପ୍ରଦାୟ ପକ୍ଷରୁ ସୟଦ୍ ମନସୁର୍ ଶାହା ପିରବାବାଙ୍କ ମଜାରରେ ଚାଦର ଚଢାଯିବା ସହ ନବୀନ ବାବୁଙ୍କ ସୁସ୍ଥ ନିରାମୟ ଜୀବନ କାମନା କରାଯାଇ ଆଲ୍ଲାଙ୍କ ନିକଟରେ ପ୍ରାର୍ଥନା କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ କେନ୍ଦ୍ରାପଡା ବିଧାୟକ ଗଣେଶ୍ୱର ବେହେରା, ୧୩ନଂ ୱାର୍ଡ କାଉନ୍‌ସିଲର ସେକ୍ ଅସଲମ୍‌, ମୁକ୍ତାର ଖାଁ, ସେକ୍ ନସିମୁଦ୍ଦିନ, ସେକ୍ ଇସାକ୍‌, ମୌସିମ ଖାଁ, ସେକ୍ ସାବିର ହୋସେନ, ଚାନ୍ଦ ଖାଁ, ସେକ୍ ମୋତି, ମହମ୍ମଦ ମୁସ୍ତକିମ୍‌, ସେକ୍ ଅତିକ୍‌, ସେକ୍ ଟିପୁ ସୁଲ୍‌ତାନ, ସେକ୍ ସାକିର୍‌, ସେକ୍ ବଣ୍ଟି, ସେକ୍ ଗୋଫ୍ରାନ, ସୟଦ୍ ମୁକ୍ତାର ଅଲ୍ଲୀ, ସେକ୍ ମିରାଜୁଦ୍ଦିନ, ସେକ୍ ଆବାଦି ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ