ବିଜେଡି ସକ୍ରିୟ ସଭ୍ୟଙ୍କ ବୈଠକ
ବୁଗୁଡା,(ଯୁଗାବ୍ଦ ନ୍ୟୁଜ୍): ବୁଗୁଡା ବ୍ଲକ ଅନ୍ତର୍ଗତ ଖୋଳଖାଳି ପଞ୍ଚାୟତ ବିଜୁ ଜନତା ଦଳର ସକ୍ରିୟ କର୍ମୀଙ୍କ ସାଂଗଠନିକ ବୈଠକ ଚକରାପଲ୍ଲୀ ଶିବ ମନ୍ଦିର ପ୍ରାଙ୍ଗଣରେ ଶନିବାର ଦିନ ଅନୁଷ୍ଟିତ ହୋଇଯାଇଛି।ଏଥିରେ ପୋଲସରା ବିଧାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସାଙ୍ଗଠନିକ ବିଷୟ ସହ ଉନ୍ନୟନ ମୂଳକ କାର୍ୟ୍ୟ ବିଷୟରେ ଆଲୋଚନା କରିଥିଲେ।ବୈଠକରେ ବୁଗୁଡା ବ୍ଲକ ଅଧ୍ୟକ୍ଷାଙ୍କ ପ୍ରତିନିଧି ବରୁଣ ସେନାପତି, ୪୨ ନଂ ଜୋନ ଜିଲ୍ଲା ପରିଷଦ ସଦ୍ୟସ୍ୟାଙ୍କ ପ୍ରତିନିଧି ଖଦାଳ ଖଟେଇ , ବିବେକାନନ୍ଦ ବାରିକ, ଗଙ୍ଗାଧର ପାଣି ପ୍ରମୁଖଙ୍କ ସମେତ ବହୁ ସଂଖ୍ୟକ କର୍ମୀ ଯୋଗଦେଇଥିଲେ।