ବିଜେଡି ସଦର ନିର୍ବାଚନମଣ୍ଡଳୀ ପକ୍ଷରୁ ବିଜୁ ଶ୍ରାଦ୍ଧବାର୍ଷିକ

ବାଲେଶ୍ୱର, (ସରୋଜ ପଣ୍ଡା):ବିଜୁ ଜନତା ଦଳ ସଦର ନିର୍ବାଚନମଣ୍ଡଳୀ ପକ୍ଷରୁ ଓଡ଼ିଶାର ଭୂତପୂର୍ବ ମୁଖ୍ୟମନ୍ତ୍ରୀ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୨୬ତମ ଶ୍ରାଦ୍ଧ ବାର୍ଷିକ ଦିବସବ୍ୟାପୀ ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ପାଳିତ ହୋଇଯାଇଛି । ସକାଳେ ବୁଢ଼ାବଳଙ୍ଗ ନଦୀର ବାଲିଘାଟଠାରେ ତିଳତର୍ପଣ, ପ୍ରଭାତିଫେରୀ ଓ ଜଳଛତ୍ର ସ୍ଥାପନ କରାଯାଇଥିଲା । ପରେ ବୁଜୁବାବୁଙ୍କ ସମେତ ସହରର ଥିବା ଓଡ଼ିଶାର ବରପୁତ୍ରଙ୍କ ପ୍ରତିମୂର୍ତ୍ତିରେ ସାମୂହିକ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା । ଏହି ଅବସରରେ ଜିଲା ଜିଲାମୁଖ୍ୟ ଚିକିତ୍ସାଳୟ ପରିସରରେ ସଫେଇ କାର୍ଯ୍ୟ ଓ ଅପରାହ୍ଣରେ ହଳଦୀପଦାଠାରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା । ସଦର ବିଧାୟକ ସ୍ୱରୂପ କୁମାର ଦାସଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ଦିବସବ୍ୟାପୀ କାର୍ଯ୍ୟକ୍ରମରେ ପୂର୍ବତନ ବ୍ରିଟ ଅଧ୍ୟକ୍ଷ ଗୌରୀ ରାଉତ, ପୌର ଉପାଧ୍ୟକ୍ଷ କୈଳାସ ଚନ୍ଦ୍ର ସେଠୀ, ପୂର୍ବତନ ଉପାଧ୍ୟକ୍ଷ ମନୋଜ ରାଉତ, ଟାଉନ ବିଜେଡି ସଭାପତି ସନତ ଦାସ, ସଦର ବ୍ଲକ ବିଜେଡି ସଭାପତି ବସନ୍ତ ପଣ୍ଡା, ବରିଷ୍ଠ ବିଜେଡି ନେତା ରଞ୍ଜନ ବାଗ, ଯଯାତି ଦାସ, ଯୁବ ବିଜେଡି ବିଧାନସଭା ନିର୍ବାଚନ ମଣ୍ଡଳୀ ସଭାପତି ସେକ ଅନସର, ବିଜେଡି ଜୋନାଲ ସାଧାରଣ ସମ୍ପାଦକ ତଥା ଗଣମାଧ୍ୟମ ସଂଯୋଜକ ଧୀରେନ ନାୟକ, ଟାଉନ ଯୁବ ବିଜେଡି ସଭାପତି ଉମାଶଙ୍କର ତିଆଡି, ସଦର ବ୍ଲକ ଯୁବ ବିଜେଡି ସଭାପତି ଦିଲୀପ ମହାନ୍ତି, ଛାତ୍ରନେତା ବିଭୁଦତ୍ତ ପରିଡା, କାଉନସିଲର ତଥା ବିଜୁ ମହିଳା ଜନତା ଦଳ ଟାଉନ ସଭାପତି ମୀନା ମହାନ୍ତି, ଜିଲ୍ଲା ପରିଷଦ ସଭ୍ୟା ସୋନାଲି ବିଶ୍ୱାଳ, ଅର୍ବାନ ବ୍ୟାଙ୍କ ଉପ-ସଭାପତି ନିଶାମଣି ପ୍ରଧାନ, କାଉନସିଲର କବିତା ମୃର୍ମୁ, ଶଶିରେଖା ମହାନ୍ତି, ସବିତା ଦାସ, ସେକ ଆୟୁବ, କାର୍ତ୍ତିକ ସାହୁ, ଅର୍ପିତା ପ୍ରିୟଦର୍ଶିନୀ ପଟ୍ଟନାୟକ, ପୂର୍ବତନ କାଉନସିଲର ଇତିକ୍ରିଷ୍ଣା ସ୍ୱାଇଁ, ସ୍ୱାଗତିକା ବାରିକ, ରାଜଲକ୍ଷ୍ମୀ ଚାଟାର୍ଜୀ, ମୋନାଲିଶା ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ଥିଲେ । ବିଭିନ୍ନ ପଞ୍ଚାୟତରୁ ସରପଞ୍ଚ ସରଞ୍ଚ, ସମିତିସଭ୍ୟଙ୍କ ସମେତ ବହୁ କର୍ମୀ ଏଥିରେ ଯୋଗ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ