ବିଜେଡି ସଭାପତି ପାଇଁ ନାମାଙ୍କନ ଦାଖଲ କରିବେ ନବୀନ

ଭୁବନେଶ୍ବର : ରବିବାର ସକାଳେ ମୁଖ୍ୟମନ୍ତ୍ରୀ ତଥା ବିଜେଡିର ବର୍ତ୍ତମାନ ସଭାପତି ନବୀନ ପଟ୍ଟନାୟକ ନୂଆ ସଭାପତି ପାଇଁ ନାମାଙ୍କନ ପତ୍ର ଦାଖଲ କରିବେ। ନବୀନ ସକାଳ ୯ଟା ୩୦ ମିନିଟରେ ବିଜେଡି କାର୍ଯ୍ୟାଳୟରେ ଏହି ନାମାଙ୍କନ ପତ୍ର ଦାଖଲ କରିବେ। ସେହିପରି ଦଳର ରାଜ୍ୟ କାର୍ଯ୍ୟକାରୀ ସଦସ୍ୟମାନେ ମଧ୍ୟ ନାମାଙ୍କନ ପତ୍ର ଏକା ସମୟରେ ଦାଖଲ କରିବେ।
ଶନିବାର ଦିନ ଦଳ ତରଫରୁ ବିଭିନ୍ନ ଜିଲ୍ଲାର ସଭାପତିମାନଙ୍କ ନାମ ତାଲିକା ପ୍ରକାଶ କରାଯାଇଛି। ପୂର୍ବରୁ ଜିଲ୍ଲାର ବିଭିନ୍ନ କର୍ମକର୍ତ୍ତା ମଧ୍ୟ ନିର୍ବାଚିତ ହୋଇଯାଇଛନ୍ତି। ଶେଷରେ ଦଳର ସଭାପତି ପଦ ପାଇଁ ନିର୍ବାଚନ ହେବ। ତେବେ ବିଜେଡି ସଭାପତି ପାଇଁ ପୂର୍ବରୁ କେବଳ ନବୀନ ପଟ୍ଟନାୟକ ନିର୍ଦ୍ବର୍ନ୍ଦରେ ନିର୍ବାଚିତ ହୋଇ ଆସୁଛନ୍ତି। ଏଥର ମଧ୍ୟ ସେହିପରି ନବୀନ ପଟ୍ଟନାୟକ ସଭାପତି ହେବେ ବୋଲି ସମସ୍ତେ ଜାଣନ୍ତି। ହେଲେ ସାମ୍ବିଧାନିକ ନିୟମ ଅନୁସାରେ ଏହି ନିର୍ବାଚନ କରିବାର ବିଧେୟ ରହିଛି। ଏହି ନିର୍ବାଚନ ପରିଚାଳନା କରିବା ପାଇଁ ଦଳ ତରଫରୁ ବରିଷ୍ଠ ନେତା ତଥା ବିଧାୟକ ପ୍ରତାପ ଦେଓଙ୍କୁ ନିଯୁକ୍ତି ଦିଆଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ