ବିଜେଡି ସମର୍ଥିତ ସରପଂଚ ପ୍ରାର୍ଥିନୀ ଭାବେ ନାମାଙ୍କନ ପତ୍ର ଦାଖଲ କଲେ ଶୁଭ୍ରସ୍ମୃତି

ନାଉଗାଁ, (ଯୁଗାବ୍ଦ ନ୍ୟୁଜ) :ନାଉଗାଁ ବ୍ଲକରେ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ ପ୍ରକିୟା ସୋମବାର ଠାରୁ ଆରମ୍ଭ ହୋଇଛି । ଏହି ପରିପ୍ରେକ୍ଷୀରେ ଜାମୁଗାଁ ପଂଚାୟତ କାର୍ଯ୍ୟାଳୟରେ ବିଜେଡି ସମର୍ଥିତ ସରପଂଚ ପ୍ରାର୍ଥିନୀ ଭାବେ ଶୁଭ୍ରସ୍ମୃତି ପରିଡା ନାମାଙ୍କନ ପତ୍ର ମଙ୍ଗଳବାର ଦାଖଲ କରିଛନ୍ତି । ପଂଚାୟତର ନିର୍ବାଚନ ଅଧିକାରୀ ସୁରେଶ ପାତ୍ର ନାମାଙ୍କନ ପତ୍ର ଗ୍ରହଣ କରିଛନ୍ତି । ଶୁଭ୍ରସ୍ମୃତି ପରିଡାଙ୍କ ପ୍ରସ୍ତାବକ ଓ ସମର୍ଥକ ଭାବେ ବିଷ୍ଣୁଚରଣ ଦାସ ଓ ବାସୁଦେବ ପାଢୀ ରହିଥିବା ବେଳେ ନିକଟରେ ପ୍ରାର୍ଥିନୀଙ୍କ ପିତା ନିଲୁ ପରିଡା, ପଂଚାୟତ ବିଜେଡି ସଭାପତି ଅନୁପ କୁମାର ମହାନ୍ତି, ଯୁବ ବିଜେଡି ସଂପାଦକ ତୁଷାର କୁଅଁର ପ୍ରମୁଖ ଉପସ୍ଥିତ ଥିଲେ । ପଂଚାୟତରେ ରହିଥିବା ବିଭିନ୍ନ ମୌଳିକ ସମସ୍ୟା ଉପରେ ଗୁରୁତ୍ୱ ଦେବେ ବୋଲି ଶୁଭ୍ରସ୍ମୃତି ପ୍ରକାଶ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ