ବିଜେଡି ସାଙ୍ଗଠନିକ ବୈଠକ

ଭଣ୍ଡାରିପୋଖରୀ, (ଦୁର୍ଯ୍ୟଧନ ଲେଙ୍କା):ଭଣ୍ଡାରିପୋଖରୀ ବ୍ଲକ ବିଜେଡି କାର୍ଯ୍ୟାଳୟ ଠାରେ ଏକ ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବିଧାୟକଙ୍କ ପ୍ରତିନିଧି ଇଂ ପ୍ରୟାସ କାନ୍ତି ସାମଲ ଯୋଗଦେଇ ଦଳର ସାଙ୍ଗଠନିକ ସ୍ଥିତି ଉପରେ ଆଲୋଚନା କରିଥିବା ବେଳେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ବାବଦରେ ସମୀକ୍ଷା ମଧ୍ୟ କରିଥିଲେ। ଉକ୍ତ ବୈଠକରେ ନଗୁଆଁ ଓ ରଣଜିତ ପଞ୍ଚାୟତର ଛାମୁଆ ବିଜେଡି କର୍ମୀମାନେ ଯୋଗ ଦେଇଥିଲେ। ପଞ୍ଚାୟତ ସମିତି ଅଧ୍ୟକ୍ଷା ସୁମତି ସେଠୀ, ଜିଲ୍ଲା ପରିଷଦ ସଭ୍ୟ ଲକ୍ଷ୍ମୀଧର ସାହୁ, ଉତ୍କଳ କେଶରୀ ମହାନ୍ତି, ସରପଞ୍ଚ ସୁଜାତା ସାହୁ, ବ୍ଲକ ଯୁବ ବିଜେଡି ସଭାପତି ଲଳିତ ରାଉତ, ବିଜେଡି ନେତା ଦେବେନ୍ଦ୍ର ଦାସ, ସତ୍ୟାନନ୍ଦ ମହାପାତ୍ର, ହେମନ୍ତ ଜେନା ପ୍ରମୁଖ ଏଥିରେ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ