ବିଜେଡି ସାଧାରଣ ସମ୍ପାଦକ ରୁ ଇସ୍ତଫା

ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ):ସାନଖେମୁଣ୍ଡି ବିଜେଡି ଦଳରେ ଫାଟ ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଛି। ଦଳ ବିରୋଧୀ କାର୍ଯ୍ୟ ପାଇଁ କିଛି ଦିନ ତଳେ ସାନଖେମୁଣ୍ଡି ବ୍ଲକ ବିଜେଡି ସଭାପତି ଙ୍କୁ ଦଳରୁ ବହିଷ୍କାର କରାଯାଇଥିବା ବେଳେ ବିଜେଡି ସାଧାରଣ ସମ୍ପାଦକ ପଦରୁ ଅମିନ ପ୍ରଧାନ ଆଜି ଜିଲ୍ଲା ସଭାପତିଙ୍କୁ ଇସ୍ତଫା ପତ୍ର ପ୍ରଦାନ କରିଥିବା ଜଣାପଡ଼ିଛି। ସେ ପତ୍ର ମାଧ୍ୟମ ରେ ନିଜର ଅସନ୍ତୋଷ ବ୍ୟକ୍ତ କରିଛନ୍ତି।ସାନଖେମୁଣ୍ଡି ବିଜେଡି ଦଳରେ।ବିଶୃଙ୍ଖଳା ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଛି।ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦଳର ସଂଗଠନ ପାଇଁ ଯେଉଁ ଦାୟୀତ୍ବ ଦେଇଥିଲେ ମୁଁ ସୂଚାରୁ ରୂପେ ପାଳନ କରିଛି।କିନ୍ତୁ ଦଳରେ ବିଶୃଙ୍ଖଳା ଦିନ କୁ ଦିନ ବଢୁଛି ଏଣୁ ପଦବୀରେ ରହି କାର୍ଯ୍ୟକାରି କରିବା ମୋପକ୍ଷେ କଷ୍ଟସାଧ୍ୟ ବ୍ୟାପାର ଦଳରେ ରହି ଶୃଙ୍ଖଳିତ କର୍ମୀ ଭାବେ କାର୍ଯ୍ୟ କରିବି ବୋଲି କହିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ