ବିଜେଡି ସୁପ୍ରିମୋ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କୁ ଷଷ୍ଠଥର ମୁଖ୍ୟମନ୍ତ୍ରୀ କରିବା ପାଇଁ ଶପଥ ନେଲେ ବିଜେଡି ନେତାଗଣ

ଭବାନୀପାଟଣା, (ଯୁଗାବ୍ଦ ନ୍ୟୁଜ):ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କୁ ଷଷ୍ଠଥର ମୁଖ୍ୟମନ୍ତ୍ରୀ କରିବା ପାଇଁ ସଂକଳ୍ପ ନେଇଛନ୍ତି ଭବାନୀପାଟଣା ବିଧାନସଭାର ନେତୃତ୍ୱ ମଣ୍ଡଳୀ । ଆଜି କଲମ ଗ୍ରାମପଞ୍ଚାୟତର ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦାନ ଦେଇ ରାଜ୍ୟ ପରିଷଦ ସଦସ୍ୟ ଡ଼. ଭବାନୀ ଶଙ୍କର ନିଆଲ, ପ୍ରଶାନ୍ତ ନାଏକ, ଚକ୍ରଧର ସେଠି, ମଧୁସୂଦନ ନାଗ, ସୁରେଶ ମହାନନ୍ଦ ସାମିଲ ହୋଇ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଲୋକାଭିମୁଖୀ କାର୍ଯ୍ୟକ୍ରମକୁ ଲୋକଙ୍କ ସାମନାରେ ଉପସ୍ଥାପନ କରି କଳାହାଣ୍ଡି ଜିଲ୍ଲାରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କର ବିକାଶର ଧାରାକୁ ଲୋକଲୋଚନକୁ ଆଣିଥିଲେ । ଏହା ସହିତ ୨ ଅକ୍ଟୋବର ରୁ ଏକମାସ ପର୍ଯ୍ୟନ୍ତ ବିଜୁ ସଂକଳ୍ପ ପଦଯାତ୍ରାକୁ ସଫଳ କରିବାପାଇଁ ଆହ୍ୱାନ ଦେଇଥିଲେ । ଉକ୍ତ ସଭାରେ କୃଷ୍ଣଚନ୍ଦ୍ର ପ୍ରଧାନ ପୂର୍ବତନ ସରପଞ୍ଚ, ମହେନ୍ଦ୍ର ବାଗ ସଭାପତି ସାଇନିଙ୍ଗ କଳାହାଣ୍ଡି କଲମ ପଂଚାୟତ, ଶିବ ଶବର ଲେବେଡ଼ ଗ୍ରାମ ମୁଖିଆ, ସୁବାସ ପ୍ରଧାନ, ସିଙ୍ଗ ମାଝୀ, ଦିବା ରଣା,ରତନ ଶବର, ଲଷ୍ମୀ ହରିଜନ,ଜଏମନୀ ନାଏକ ସରପଞ୍ଚ, ଭୁବନେ ନାଏକ,ମୀନକେତନ ନାଗ,ଲଛ୍ମଣ ମାଝୀ, ଯୁବରାଜ ମାଝୀ, ପୀତବାସ ଶବର, ରମେଶ ଚନ୍ଦ୍ର ମାଝୀ, ଭକ୍ତ ମାଝୀ, ହରୀ ମାଝୀ, ରୋହିତ ଶବର, ଚତୁରୀ ମାଝୀ, କାନ୍ତମତି ରଣା, ଦୀପାଞ୍ଜଳି ରଣା, ଭୂମିସୁତା ମାଝୀ, ତୁଳା ଶବର, ବିଳାସ ଜାଲ, ଇନ୍ଦୁମତୀ ମାଝୀ, ମଦନ ରଣା ପ୍ରମୁଖ କଲମ ଗ୍ରାମପଞ୍ଚାୟତ ବାସୀ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ