ବିଜେଡି ୨୦ବର୍ଷର ପ୍ରତାରକ: କଂଗ୍ରେସ
ଗାଇସିଲାଟ୍ : ଗାଇସିଲାଟ୍ ବସ୍ଷ୍ଟାଣ୍ଡ ପରିସରରେ କଂଗ୍ରେସର ନିର୍ବାଚନୀ ସଭା ପୂର୍ବତନ ବିଧାୟକ ସତ୍ୟଭୂଷଣ ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ପିସିସି ସଭାପତି ନିରଂଜନ ପଟ୍ଟନାୟକ, ବରିଷ୍ଠ ନେତା ନରସିଂହ ମିଶ୍ର, ବିଧାୟକ ତାରାପ୍ରସାଦ ବାହିନୀପତି ପ୍ରମୁଖ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଥିଲେ । ଏହି ନେତାମାନେ ବିଜେଡିକୁ ୨୦ବର୍ଷର ପ୍ରତାରକ ବୋଲି କହିଛନ୍ତି । ସ୍କୁଲରେ ମାଷ୍ଟର ଏବଂ ଡାକ୍ତରଖାନାରେ ଡାକ୍ତର ନାହାନ୍ତି । ମାତ୍ର ଗାଁ ଗାଁରେ ଆକ୍ଟର (ଅଭିନେତା) ବୁଲୁଛନ୍ତି ବୋଲି କଂଗ୍ରେସ କଟାକ୍ଷ କରିଛି । ପଦ୍ମପୁର-ଗାଇସିଲାଟ୍ ରାସ୍ତା ଦେଖିଲେ ବିକାଶ କେତେ ବାଟ ଯାଇଛି, ତାହା ଜଣାପଡ଼ୁଛି । ବିକାଶ କେବଳ କଂଗ୍ରେସ ଦେଇପାରିବ ବୋଲି ଦଳର ନେତୃବୃନ୍ଦ କହିଛନ୍ତି । ସଭାରେ ପୂର୍ବତନ ବିଧାୟକ ଯଜେ୍ଞଶ୍ୱର ବାବୁ, ବିଜୟଲକ୍ଷ୍ମୀ ସାହୁ, ପ୍ରଦୀପ ଦେବତା, ଘନଶ୍ୟାମ ପାତ୍ର ପ୍ରମୁଖ ମଧ୍ୟ ଉପସ୍ଥିତ ଥିଲେ ।


