ବିଜେପିକୁ ଯିବେ କି ରୀତା ତରାଇ!

ଗ୍ରୀଷ୍ମ ପ୍ରବାହ କୁ ତାଳଦେଇ ଓଡ଼ିଶାରେ ନିର୍ବାଚନୀ ତାତି ଏବେ ଚରମ ସୀମାରେ ପହଞ୍ଚିଛି। ପ୍ରଥମ ଦୁଇଟି ପର‌୍ୟ୍ୟାୟ ନିମନ୍ତେ ନିର୍ବାଚନ ବିଞ୍ପ୍ତି ଜାରି ହୋଇଯାଇଥିଲା ବେଳେ କିଛି ଦଳର ପ୍ରାର୍ଥୀମାନେ ନାମାଙ୍କନ ପତ୍ର ଦାଖଲ କରିବା ଆରମ୍ଭ କରିସାରିଲେଣି। ଏହା ମଧ୍ୟରେ ରେ ଦଳବଦଳ ମଧ୍ୟ ଖୁବ ଜୋରରେ ଚାଲିଛି। ଟିକଟ କଟିବା କିମ୍ୱା କଟୁଥିବାର ଆଶଙ୍କା ଭିତରେ ନେତା ନିଜ ଦଳ ଛାଡ଼ି ଅନ୍ୟ ଆଡକୁ ଯାଉଛନ୍ତି। ବିଶେଷ କରି ବିଜେପି ଆଡ଼କୁ ବିଜେଡିର ବହୁ ନେତା ମୁହାଁଉଛନ୍ତି। ଖବର ଅନୁସାରେ ଯାଜପୁରର ବର୍ତ୍ତମାନ ବିଜେଡି ସାଂସଦ ରୀତା ତରାଇ ଖୁବଶୀଘ୍ର ବିଜେପିରେ ଯୋଗଦେବାକୁ ଯାଉଛନ୍ତି। ଚଳିତ ନିର୍ବାଚନରେ ତାଙ୍କୁ ଟିକଟ ଦଳ ଏଥର ଦେଉନାହିଁ ବୋଲି ନିକଟରେ କୁହାଯାଇ ସାରିଛି। ତେଣୁ ସେ ଦଳ ଛାଡ଼ି ବିଜେପିରେ ଯୋଗଦେବାର ଖବର ଜୋରଦାର ଭାବେ ଚର୍ଚ୍ଚାକୁ ଆସିଛି। ଯାଜପୁର ହେଉଛି ବିଜୁ ଜନତା ଦଳର ଅନ୍ୟତମ ଗଡ। ଗତ ୨୦୦୦ ମସିହାରୁ ଦଳ ଏହି ଆସନରେ ଜିତି ଆସୁଛି। ହେଲେ ଏଥର ନୂଆ ଚେହେରା ଦଳ ଖୋଜୁଥିବାରୁ ରୀତାଙ୍କୁ ଟିକଟ ମିଳିବ ନାହିଁ ବୋଲି ବତାଯାଇଛି। ତେବେ ଏ ବିଷୟ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ରୀତାଙ୍କୁ ବତାଇଲା ବେଳେ ସେ ଅନେକ ପ୍ରଶ୍ନ କରିଥିଲେ ବୋଲି କୁହାଯାଉଛି। କେଉଁ ବିଧାୟକମାନେ ମୋ’ କାମରେ ଅସନ୍ତୁଷ୍ଟ ଓ କେଉଁମାନଙ୍କୁ ମୁଁ ଅସହଯୋଗ କରିଛି ସେ କଥା ମୋ’ ସାମ୍ନାରେ ପଚରାଯାଉ ବୋଲି ରୀତା କହିଥିଲେ। ବର୍ତ୍ତମାନ ଦଳର କଥା ବୁଝୁଥିବା କିଛି ଆଗଧାଡ଼ିର ନେତା କିମ୍ୱା ତାଙ୍କ ସମ୍ପର୍କୀୟଙ୍କ ମଧ୍ୟରୁ କାହାକୁ ଏହି ଆସନରୁ ଛିଡ଼ା ହେବାର ଯୋଜନା ଥିବା କାରଣରୁ ରୀତାଙ୍କ ଟିକଟ କଟାଯାଉଥିବା କୁହାଯାଉଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ