ବିଜେପିରୁ ବରିଷ୍ଠ କାର୍ଯ୍ୟକର୍ତ୍ତାଙ୍କ ଇସ୍ତଫା

ପିପିଲି(ଯୁଗାବ୍ଦ ନ୍ୟୁଜ ): ପିପିଲି ନିର୍ବାଚନ ମଣ୍ଡଳୀ ବିଜେପି ଦଳର ବହୁ ବରିଷ୍ଠ କାର୍ଯ୍ୟକର୍ତ୍ତା ଇସ୍ତଫା ଦେଇଛନ୍ତି । ଏ ନେଇ ଏକ ସାମ୍ବାଦିକ ସମ୍ମିଳନୀରେ ଦାଣ୍ଡମୁକୁନ୍ଦପୁରଠାରେ ଡା ଚିନ୍ମୟ ମହାପାତ୍ର ବିଜେପି ଦଳରୁ ପ୍ରାଥମିକ ସଦସ୍ୟ ପଦରୁ ବରିଷ୍ଠ କାର୍ଯ୍ୟକର୍ତ୍ତା ଇସ୍ତଫା ଦେଇଥିବା ସୂଚନା ଦେଇଛନ୍ତି । ସେ ଅଭିଯୋଗ କରିଥିଲେ ଯେ, ପିପିଲିରେ ବିଜେପି ଦଳକୁ ଏକ କଂଗ୍ରେସ ସଂଗଠନରେ ପରିଣତି କରାଯାଇଛି । ଏ ନେଇ ବାରମ୍ବାର ବିଜେପି ସଭାପତିଙ୍କୁ ଜଣାଇଲା ପରେ ବି କୌଣସି ପଦକ୍ଷେପ ନେଲେ ନାହିଁ । ପିପିଲିରେ ବିଜେପି ଦଳକୁ ତୃଣମୁଳ ସ୍ତରରେ ଗଢିବାରେ ଆମର ଅବଦାନକୁ ଅବହେଳା କରି ଦିନକୁ ଦିନ ଉପହାସ କରାଯାଇଛି । ବିଗତ ଦିନରେ ପଞ୍ଚାୟତ ନିର୍ବାଚନରେ ସେମାନଙ୍କର ଅବଦାନ କିଛି ନଥିଲା ସେମାନେ ଅନ୍ୟଦଳରେ ରହି ବିଜେପି ଦଳକୁ ବିରୋଧ କରି ଆସୁଥିଲେ । ବରିଷ୍ଠ କାର୍ଯ୍ୟକର୍ତ୍ତାଙ୍କ ମତାମତ ନିଆନଯାଇ ଆଶ୍ରିତ ପଟ୍ଟନାୟକଙ୍କୁ ପିପିଲି ବିଜେପି ବିଧାୟକ ପ୍ରାର୍ଥୀ କରାଯାଇଛି । ସେ ଆମ ସହିତ କୌଣସି ଯୋଗାଯୋଗ ନକରି କଂଗ୍ରେସ ସଂଗଠନକୁ ଧରି ନିର୍ବାଚନରେ ସାମିଲ ହେବାସହ ବରିଷ୍ଠ ବିଜେପି କାର୍ଯ୍ୟକର୍ତ୍ତାଙ୍କୁ ଅଣଦେଖା କରୁଛନ୍ତି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଏକଛତ୍ରବାଦ ନୀତିରେ ବିଜେପି ଦଳ ଡୁବିବାକୁ ଯାଉଛି । ସେଥିପାଇଁ ବରିଷ୍ଠ କାର୍ଯ୍ୟକର୍ତ୍ତା ଇସ୍ତଫା ପତ୍ର ବିଜେପି ରାଜ୍ୟ ସଭାପତିଙ୍କ ନିକଟକୁ ପଠାଇଛୁ ବୋଲି ଡା ମହାପାତ୍ର ପ୍ରକାଶ କରିଛନ୍ତି । କାର୍ଯ୍ୟକ୍ରମରେ ଉପସ୍ଥିତ ଥିବା କାର୍ଯ୍ୟକର୍ତ୍ତା ହେଲେ ସୁବୋଧ ମହାନ୍ତି, ସାଧରଣ ସମ୍ପାଦକ ସାତଶଙ୍ଖ ମଣ୍ଡଳ ରତ୍ନାକର ପ୍ରଧାନ, ପୂର୍ବତନ ମଣ୍ଡଳ ସଭାପତି ତଥା ଜିଲ୍ଲା କାର୍ଯ୍ୟକାରିଣି ସଦସ୍ୟ ୨୨ନମ୍ବର ଜୋନ୍ ଦିବ୍ୟସିଂହ ଦାସ, ଦଣ୍ଡମୁକୁନ୍ଦପୁର ମଣ୍ଡଳ ସଭାପତି ସଂଜୟ ମହାପାତ୍ର, ଯୁବମୋର୍ଚ୍ଚା ସମ୍ପାଦକ ଦାଣ୍ଡମୁକୁନ୍ଦପୁର ମଣ୍ଡଳ ପ୍ରସନ୍ନ ବେହେରା, ହରିରାଜପୁର ପଞ୍ଚାୟତ ସଭାପତି ଓ ସତ୍ୟନାରାୟଣ ପଟ୍ଟନାୟକ, ବରିଷ୍ଠ ବିଜେପି କାର୍ଯ୍ୟକର୍ତ୍ତା ପ୍ରମୁଖ ଉପସ୍ଥିତ ରହି ବିଜେପି ଦଳରେ ନୀତି ଆଦର୍ଶ ନଥିବାରୁ ଇସ୍ତଫା ଦିଆଯାଇଥିବା କହିଥିଲେ । ଆଗାମୀ ରଣନୀତି ସମ୍ପର୍କରେ ଖୁବ୍ଶୀଘ୍ର ସମସ୍ତ କର୍ମକର୍ତ୍ତାଙ୍କ ସହ ଆଲୋଚନା କରାଯାଇ ଜଣାଇ ଦିଆଯିବ ବୋଲି କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ