ବିଜେପିରେ ଅରୁଣ ବକ୍ସି

ନୂଆଦିଲ୍ଲୀ(ଏଜେନ୍ସି): ଭଲିଉଡ୍ ଅଭିନେତା ଓ କଣ୍ଠଶିଳ୍ପୀ ଅରୁଣ ବକ୍ସି ଆଜି ବିଜେପିରେ ଯୋଗ ଦେଇଛନ୍ତି । ଛତିଶଗଡ଼ର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତା ରମଣ ସିଂହଙ୍କ ଉପସ୍ଥିତିରେ ଅରୁଣ ବକ୍ସି ପଦ୍ମ ଧରିଛନ୍ତି । ବିଜେପି ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିଚାରଧାରାରେ ଅନୁପ୍ରାଣିତ ହୋଇ ସେ ଏଥିରେ ଯୋଗ ଦେଇଥିବା ଅରୁଣ ବକ୍ସି କହିଛନ୍ତି । ଏଥିସହ ସେ ନରେନ୍ଦ୍ର ମୋଦିଙ୍କ ଉଚ୍ଚ ପ୍ରଶଂସା କରିଛନ୍ତି । ସେ କହିଛନ୍ତି, ମୋଦିଙ୍କ କାର୍ଯ୍ୟ ଶୈଳୀରେ ସେ ଅନୁପ୍ରାଣିତ ହୋଇଛି । ଅଟଳଜୀଙ୍କ ପରେ ଦେଶକୁ ନରେନ୍ଦ୍ର ମୋଦିଙ୍କ ଭଳି ପ୍ରଧାନମନ୍ତ୍ରୀ ମିଳିଛନ୍ତି । ଏଭଳି ପ୍ରଧାନମନ୍ତ୍ରୀ ସେ ଆଗରୁ କେବେ ଦେଖି ନଥିଲେ । ସେ ହିଁ ତାଙ୍କୁ ମୁମ୍ବାଇରୁ ବାହାରି ଦେଶ ପାଇଁ କାମ କରିବାକୁ ପ୍ରେରଣା ଦେଇଛନ୍ତି । ଅରୁଣ ବକ୍ସି ୩ଠଠରୁ ଅଧିକ ଫିଲ୍ମରେ ଅଭିନୟ କରିଥିବା ବେଳେ ୨୯୮ଟି ଗୀତ ଗାଇଛନ୍ତି । ସେ ପଞ୍ଜାବୀ ଓ ଭୋଜପୁରୀ ଫିଲ୍ମରେ ମଧ୍ୟ ଅଭିନୟ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ