ବିଜେପିରେ ଆପ୍ ସାଂସଦ
ନୂଆଦିଲ୍ଲୀ : ପଞ୍ଜାବ ଆମ୍ ଆଦ୍ମୀ ପାର୍ଟି (ଆପ୍) ନେତା ତଥା ସାଂସଦ ହରିବିନ୍ଦର ସିଂହ ଖାଲ୍ସା ଆଜି ବିଜେପିରେ ଯୋଗଦେଇଛନ୍ତି । ଏହାପୂର୍ବରୁ ସେ ନିଜ ଇସ୍ତଫା ପତ୍ର ଦଳୀୟ ସଂଯୋଜକ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦର କେଜରିୱାଲଙ୍କ ନିକଟକୁ ପଠାଇଦେଇଥିବା ଜଣାପଡିଛି । ଆଜି ସେ ନୂଆଦିଲ୍ଲୀସ୍ଥିତ ବିଜେପି କାର୍ଯ୍ୟାଳୟକୁ ଆସି ବିଧିବଦ୍ଧ ଭାବେ ବିଜେପିର ସଦସ୍ୟତା ଗ୍ରହଣ କରିଛନ୍ତି । ଏହି ଅବସରରେ କେନ୍ଦ୍ରଅର୍ଥ ମନ୍ତ୍ରୀ ଅରୁଣ୍ ଜେଟ୍ଲୀଙ୍କ ଉପସ୍ଥିତ ରହି ତାଙ୍କୁ ଦଳକୁ ସ୍ୱାଗତ କରିଥିଲେ । ପ୍ରକାଶ ଯେ, ହରିବିନ୍ଦରଙ୍କ ବିରୋଧରେ ଦଳ ବିରୋଧୀ କାର୍ଯ୍ୟ ଅଭିଯୋଗ ହେବା ପରେ ଆପର ରାଷ୍ଟ୍ରୀୟ ସଂଯୋଜକ କେଜରିୱାଲ ସାଂସଦ ହରିବିନ୍ଦରଙ୍କୁ ଦଳରୁ ନିଲମ୍ବିତ କରିଥିଲେ । ନିଲମ୍ବନର କିଛି ଦିନ ପରେ ସେ ଆଜି ବିଜେପିରେ ଆନୁଷ୍ଠାନିକ ଭାବେ ସାମିଲ ହୋଇଛନ୍ତି । ହରବିନ୍ଦର ସିଂହ ଏବେ ପଞ୍ଜାବ ଫତେହଗଡ଼ ସାହିବ ଆସନରୁ ସାଂସଦ ରହିଛନ୍ତି । ବିଜେପିରେ ସେ ଯୋଗଦେବା ପରେ ଦଳ ସାଂଗଠନିକସ୍ତରରେ ମଜବୁତ ହେବ ବୋଲି କେନ୍ଦ୍ରମନ୍ତ୍ରୀ ଅରୁଣ ଜେଟ୍ଲୀ କହିଛନ୍ତି ।