ବିଜେପିରେ ଝାଡଖଣ୍ଡ ଆରଜେଡିର ପ୍ରାକ୍ତନ ଅଧ୍ୟକ୍ଷା

୨ଠ୧୯ ଲୋକସଭା ନିର୍ବାଚନ ଲଢେଇ ଆରମ୍ଭ ହେବାକୁ ଆଉ ମାତ୍ର ଦିନ କେତେଟା ବାକି ରହିଥିବା ବେଳେ ଆଜି ଝାଡଖଣ୍ଡରେ ଆରଜେଡିକୁ ଜୋରଦାର ଝଟ୍କା ଲାଗିଛି । ଆରଜେଡିର ପୂର୍ବତନ ଝାଡଖଣ୍ଡ ରାଜ୍ୟ ଅଧ୍ୟକ୍ଷା ଅନ୍ନପୂର୍ଣ୍ଣ ଦେବୀ ଆଜି ବିଧିବଦ୍ଧ ଭାବେ ବିଜେପିରେ ସାମିଲ ହୋଇଛନ୍ତି । ତାଙ୍କ ସହ ଦୁଇଥରର ପୂର୍ବତନ ବିଧାୟକ ଜନାର୍ଦ୍ଦନ ପାସୱାନ ମଧ୍ୟ ବିଜେପିରେ ସାମିଲ ହୋଇଛନ୍ତି । ନୂଆଦିଲ୍ଲୀରେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍ ଶାହା, ଝାଡଖଣ୍ଡର ମୁଖ୍ୟମନ୍ତ୍ରୀ ରଘୁବର ଦାସ ଓ ଝାଡଖଣ୍ଡ ରାଜ୍ୟ ବିଜେପି ଅଧ୍ୟକ୍ଷ ଗି୍ନବାଙ୍କ ଉପସ୍ଥିତିରେ ଅନ୍ନପୂର୍ଣ୍ଣା ଏବଂ ଜନାର୍ଦ୍ଦନ ପଦ୍ମ ଧରିଛନ୍ତି । ଉଲ୍ଲେଖଯୋଗ୍ୟ, ମହାମେଣ୍ଟରେ ଚାଲିଥିବା ମତଭେଦ ନେଇ ଅନ୍ନପୂର୍ଣ୍ଣା ଦେବୀ ଅସନ୍ତୁଷ୍ଟ ଥିଲେ । ସେ ବିଜେପିରେ ସାମିଲ ହେବା ଖବର ପରେ ପାର୍ଟି ତାଙ୍କୁ ଦଳରୁ ବହିଷ୍କାର କରିଥିଲା । ଏବେ ଅନ୍ନପୂର୍ଣ୍ଣାଙ୍କୁ ବିଜେପି କୋଡରମାରୁ ପ୍ରାର୍ଥୀ କରିବ ବୋଲି ସୂଚନା ମିଳିଛି । ଏଠାରୁ ମହାମେଣ୍ଟ ପକ୍ଷରୁ ପୂର୍ବତନ ମୁଖ୍ୟମନ୍ତ୍ରୀ ବାବୁଲାଲ ମାରାଣ୍ଡିଙ୍କୁ ପ୍ରାର୍ଥୀ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ