ବିଜେପିରେ ମିଶିଲେ ଅରୁଣ ଗୋଭିଲ୍
ନୂଆଦିଲ୍ଲୀ: ଲୋକପ୍ରିୟ ଟିଭି ଧାରାବାହିକ ରାମାୟଣର ରାମ ବିଜେପିରେ ସାମିଲ ହୋଇଛନ୍ତି । ଟିଭି ପରଦାରେ ରାମ ଅବତାର ପାଇଁ ଢ଼େର ଲୋକପ୍ରିୟତା ସାଉଁଟିଥିବା ଅରୁଣ ଗୋଭିଲ୍ ବିଜେପିର ସଦସ୍ୟତା ଗ୍ରହଣ କରିଛନ୍ତି । ୧୯୮୭ରେ ମୁକ୍ତିଲାଭ କରିଥିବା ରମାନନ୍ଦ ସାଗରଙ୍କ ସିରିୟଲ୍ ରାମାୟଣ ଲୋକଙ୍କ ମନ ମସ୍ତିଷ୍କରେ ଘର କରିଥିଲା । ଭଗବାନ ରାମଙ୍କ ରୂପରେ ଯେଉଁ ବ୍ୟକ୍ତିଙ୍କୁ ଲୋକେ ପୂଜା କରୁଥିଲେ ସେ ହିଁ ଅରୁଣ ଗୋଭିଲ । ଯଦିଓ ରାମାୟଣ ବହୁତ ଲୋକପ୍ରିୟତା ପାଇଥିଲା, ଲକ୍ଡାଉନ୍ସମୟରେ ରାମାୟଣର ପୁନଃ ପ୍ରସାରଣ ବିଶ୍ୱରେ ଚର୍ଚ୍ଚା ସୃଷ୍ଟି କରିଥିଲା । ଏହି ସମୟରେ ଦେଶରେ ୭.୭୦ କୋଟି ଲୋକ ରାମାୟଣ ଦେଖିଥିଲେ । ଅନ୍ୟପଟେ ବିଜେପିର ରାଷ୍ଟ୍ରୀୟ ସଂପାଦକ ଅରୁଣ ସିଂହ କହିଛନ୍ତି, ଅଯୋଧ୍ୟାରେ ରାମ ମନ୍ଦିରର ନିର୍ମାଣ ହେବାକୁ ଯାଉଥିବାରୁ ଲୋକେ ପ୍ରଭାବିତ ହୋଇ ବିଜେପିରେ ସାମିଲ ହେବାକୁ ଆଗ୍ରହ ପ୍ରକାଶ କରୁଛନ୍ତି ।