ବିଜେପିରେ ମିଶିଲେ ଦୁଇ ନେତା

ଧାମନଗର, (ସନ୍ତୋଷ କୁମାର ପ୍ରଧାନ) :-ଧାମନଗର ବ୍ଲକ ଅନ୍ତର୍ଗତ ଦଇପୁର ପଞ୍ଚାୟତ ନାରାୟଣପୁର ଗ୍ରାମରେ ଜଣାଶୁଣା ନେତା ପ୍ରଭାତ ପଣ୍ଡା ଓ ପଦ୍ମିନୀ ପାଣିଗ୍ରାହୀ ଅନ୍ୟ ଦଳ ଛାଡି ଭାରତୀୟ ଜନତା ପାର୍ଟି ରେ ଯୋଗ ଦେଇଛନ୍ତି । ନାରାୟଣପୁର ସ୍ଥିତ ଶ୍ରୀ ପଣ୍ଡାଙ୍କ ବାସ ଭବନରେ ଜିଲ୍ଲା ପରିଷଦ ସଭ୍ୟା ରଂଜିତା ସ୍ୱାଇଁ ନବାଗତଙ୍କୁ ସ୍ୱାଗତ କରିବା ସହ ଏହାଦ୍ୱାରା ବିଜେପି ଅଧିକ ଶକ୍ତିଶାଳୀ ହେବ ବୋଲି ଆଶା ପ୍ରକାଶ କରିଛନ୍ତି । ଏହି ସଭାରେ ପୂର୍ବତନ ସରପଞ୍ଚ ରାଜୀବ ନାୟକ, ଧୁସାସନ ଯେନା, ପଞ୍ଚାନନ ପଣ୍ଡା, ଭାଗିରଥି ବେହେରା ପଂଚାୟତ ସଭାପତି, ରାଜୀବ ଦାସ, ସୁବ୍ରତ ମହାନ୍ତି, ସଂଯୁକ୍ତା ଦାସ, ବିଦ୍ୟାଧର ସାହୁ, ଧୀରେନ ଘୋଷ, ଚନ୍ଦ୍ରକାନ୍ତ ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ