ବିଜେପିରେ ଯୋଗଦେଇ ୪୫୦ରୁ ଉର୍ଦ୍ଧ୍ବ ପରିବାର
ପୋଲସରା, (ଅନିଲ କୁମାର ମହାରଣା):ପୋଲସରା ବ୍ଲକ ଅନ୍ତର୍ଗତ ଢୁଙ୍କାପଡା ପଞ୍ଚାୟତର ବଉଦିଆପଲ୍ଲୀ ଗ୍ରାମରେ ଆଜି ବିଜେପି ପକ୍ଷରୁ ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି। ପୂର୍ବତନ ସରପଞ୍ଚ ପ୍ରତିନିଧି ବିଜେଡି ସଭାପତି ବସନ୍ତ କୁମାର ଜେନାଙ୍କ ତତ୍ତ୍ଵାବଧାନରେ ଢୁଙ୍କାପଡା ଗ୍ରାମର ୨୦୦ ରୁ ଉର୍ଦ୍ଧ୍ବ ଓ ବଉଦିଆପଲ୍ଲୀ ଗ୍ରାମର ୨୫୦ରୁ ଉର୍ଦ୍ଧ୍ବ ପରିବାର ବିଜେପିରେ ସାମିଲ ହୋଇଥିଲେ। ସେମାନେ ବିଜେପିର ନିତି ଆଦର୍ଶରେ ଅନୁପ୍ରାଣିତ ହୋଇ ବିଜେପିରେ ସାମିଲ ହୋଇଥିବା ପ୍ରକାଶ କରିଥିଲେ। ଉକ୍ତ ମିଶ୍ରଣ ପର୍ବରେ ମତ୍ସ୍ୟ ଓ ପଶୁ ସମ୍ପଦ ବିକାଶ ଏବଂ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଯୋଗଦେଇ ବିଜେପିରେ ସାମିଲ ହୋଇଥିବା ସମସ୍ତ କର୍ମୀ ମାନଙ୍କୁ ଦଳୀୟ ଉତ୍ତରୀୟ ଓ ଟୋପି ପିନ୍ଧାଇ ଦଳକୁ ସ୍ବାଗତ କରିଥିଲେ। ଏହାସହିତ ରାଜ୍ୟ ସରକାରଙ୍କ ଯୋଜନା ବିଷୟରେ ଅବଗତ କରାଇ ଏହାର ସୁଫଳ ନେବାପାଇଁ ପରାମର୍ଶ ଦେବା ସହ ବିଧାୟକ ପାଣ୍ଠିରୁ ୫ ଲକ୍ଷ ଟଙ୍କା ବଉଦିଆପଲ୍ଲୀ ଗ୍ରାମର ଉନ୍ନତି ସକାଶେ ଦେବାପାଇଁ ମନ୍ତ୍ରୀ ଶ୍ରୀ ମଲ୍ଲିକ ଘୋଷଣା କରିଥିଲେ। ପୂର୍ବତନ ସମିତି ସଭ୍ୟ ବିଦ୍ୟାଧର ଭୂୟାଁ, ଓ୍ବାର୍ଡ ମେମ୍ବର ସିମାଞ୍ଚଳ ଖଟେଇ ଓ ଉତ୍ତମ ପୋଲାଇ, ପୂର୍ବତନ ଓ୍ବାର୍ଡ ମେମ୍ବର ପ୍ରତାପ ବାଡତ୍ଯା, ଅନାଥ ବେହେରା, ସୁଲତା ବେହେରା, ଭୀମ ବେହେରା, ନାରୀନେତ୍ରୀ ମାମି ଭୂୟାଁ,କୋକ ଭୋଳ, ପାଣ୍ଡବ ନାହାକ, ଗଜେନ୍ଦ୍ର ନାହାକ, ପିତବାସ ନାହାକ ସମେତ ୪୫୦ରୁ ଉର୍ଦ୍ଧ ପରିବାର ବିଜେପିରେ ସାମିଲ ହୋଇଥିଲେ। ଘୁମୁସର ସାଙ୍ଗଠନିକ ଜିଲ୍ଲା ଉପସଭାପତି ପ୍ରଭାକର ପଣ୍ଡା, ଯୁବମୋର୍ଚ୍ଚା ସଭାପତି ଦୀପକ ପ୍ରଧାନ, ଆରତୀ ଦେବୀ, ମଣ୍ଡଳ ସଭାପତି ରଘୁନାଥ ପଣ୍ଡା, ଦିପକ ପୋଲାଇ, ମହେଶ୍ୱର ପରିଡ଼ା, ସରପଞ୍ଚ ଭଗବାନ ସାହୁ, ସତ୍ୟନାରାୟଣ ସାହୁ, ରଘୁନାଥ ପ୍ରଧାନ, ଗୀତାଞ୍ଜଳି ନାୟକ ସମେତ ବହୁ ବିଜେପି କର୍ମକର୍ତ୍ତା ଉପସ୍ଥିତ ଥିଲେ।