ବିଜେପିରେ ଯୋଗଦେଲେ ବିଭୂତି ପଟ୍ଟନାୟକ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଖଣ୍ଡପଡ଼ା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଭାପୁର ବ୍ଲକ ଅଧିନ ଖଇରିଗାଡ଼ିଆ ଗ୍ରାମର ବିଜେଡ଼ି ନେତା ତଥା ଦକ୍ଷ ଯୁବ ସଂଗଠକ ବିଭୂତି ଭୂଷଣ ପଟ୍ଟନାୟକ ବିଜେଡ଼ି ଛାଡ଼ି ଶତାଧିକ ସମର୍ଥକଙ୍କ ଗହଣରେ ବିଜେପିରେ ଯୋଗ ଦେଇଛନ୍ତି । ଭୁବନେଶ୍ୱରସ୍ଥିତ ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଆୟୋଜିତ ମିଶ୍ରଣ ପର୍ବରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଓ ଦଳର ବହୁ ତୁଙ୍ଗ ନେତା ଉପସ୍ଥିତ ରହି ଶ୍ରୀ ପଟ୍ଟନାୟକଙ୍କୁ ଦଳୀୟ ଉତ୍ତରୀୟ ପ୍ରଦାନ ପୂର୍ବକ ଦଳକୁ ସ୍ୱାଗତ କରିଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନୀତି ଓ ଆଦର୍ଶରେ ଅନୁପ୍ରାଣିତ ହୋଇ ଶ୍ରୀ ପଟ୍ଟନାୟକ ବିଜେପିରେ ଯୋଗ ଦେଇଥିବା ଗଣମାଧ୍ୟମ ପ୍ରତିନିଧିମାନଙ୍କ ଆଗରେ ପ୍ରକାଶ କରିଛନ୍ତି । ସୂଚନାଥାଉକି, ଶ୍ରୀ ପଟ୍ଟନାୟକ ୨୦୧୪ ମସିହାରୁ ନୟାଗଡ଼ ଜିଲ୍ଲା ବିଜେଡ଼ି ସଂଗଠକ ଦାୟିତ୍ୱରେ ରହି ଆସିଥିଲେ । ମାତ୍ର ବିଜେଡ଼ି ପକ୍ଷରୁ ବର୍ଷ ବର୍ଷ ଧରି ତାଙ୍କୁ ଅଣଦେଖା କରାଯାଉଥିବା କାରଣରୁ ସେ ବିଜେଡ଼ି ଛାଡ଼ି ବିଜେପିରେ ଯୋଗ ଦେଇଥିବା ନିଜ ପ୍ରତିକ୍ରିୟାରେ କହିଛନ୍ତି । ଏଥିସହିତ ଆଗାମୀ ଦିନରେ ନୟାଗଡ଼ ଜିଲ୍ଲାକୁ ଏକ ସ୍ୱଚ୍ଛ ଓ ସମୃଦ୍ଧ ଜିଲ୍ଲାରେ ପରିଣତ କରିବା ସହ ଜିଲ୍ଲାରୁ ଦୁର୍ନୀତି ମୂଳପୋଛ କରିବାକୁ ପ୍ରାଧାନ୍ୟ ଦେବେ ବୋଲି ସୂଚନା ଦେଇଛନ୍ତି । ସେହିପରି ଦଳର ଜଣେ ଶୃଙ୍ଖଳିତ ସଦସ୍ୟ ଭାବେ କାର୍ଯ୍ୟ କରିବା ସହ ତୃଣମୂଳସ୍ତରରେ ଦଳକୁ ମଜଭୁତ କରିବାକୁ ମଧ୍ୟ ଉଦ୍ୟମ ଜାରି ରଖିବେ ବୋଲି ପ୍ରକାଶ କରିଛନ୍ତି । ଏହି ମିଶ୍ରଣ ପର୍ବରେ ଅନ୍ୟମାନଙ୍କ ମଧ୍ୟରେ ଖଣ୍ଡପଡ଼ାବ ବିଧାୟକ ଦୁଷ୍ମନ୍ତ କୁମାର ସ୍ୱାଇଁ, ନୟାଗଡ଼ ଜିଲ୍ଲା ବିଜେପି ସଭାପତି ତାପସ ମାର୍ଥା ଏବଂ ଯୁବନେତା ତଥା ଦୃଢ ସଂଗଠକ ବିଧାନ ଚନ୍ଦ୍ର ପ୍ରଧାନଙ୍କ ସମେତ ଖଣ୍ଡପଡ଼ା ନିର୍ବାଚନ ମଣ୍ଡଳୀରୁ ବହୁ ତୁଙ୍ଗ ନେତା ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ