ବିଜେପିରେ ଯୋଗଦେଲେ ଶତାଧିକ କର୍ମୀ
ବୁଗୁଡ଼ା,(ଅନିଲ କୁମାର ମହାରଣା): ବୁଗୁଡା ବ୍ଲକ ଗୋଳବନ୍ଧ ପଞ୍ଚାୟତର ଶତାଧିକ କର୍ମୀ ବିଜେଡି ଛାଡ଼ି ଗ୍ରାମ୍ୟ ସଭାପତି ରମେଶ ଚନ୍ଦ୍ର ଜେନା ଓ ସମ୍ପାଦକ ଗରୁଡ଼ସେନ ସ୍ୱାଇଁଙ୍କ ନେତୃତ୍ୱରେ ବିଜେପିରେ ସାମିଲ ହୋଇଛନ୍ତି । ସ୍ଥାନୀୟ ଲୋକନାଥେଶ୍ୱର ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ଏହି ମିଶ୍ରଣ ପର୍ବରେ ଘୁମୁସର ସାଙ୍ଗଠନିକ ଜିଲ୍ଲା ସଭାପତି ଗୋକୁଳାନନ୍ଦ ମଲ୍ଲିକ ନୂତନ କରି ଦଳରେ ଯୋଗଦେଇଥିବା କର୍ମୀଙ୍କୁ ଦଳିୟ ଟୋପି ଓ ଉତ୍ତୋରୀୟ ପ୍ରଦାନ କରି ଦଳକୁ ସ୍ୱାଗତ କରିଥିଲେ । ବୁଗୁଡା ବ୍ଲକରେ ବିଜେପି ଆଗାମୀ ଦିନରେ ଆହୁରି ସୁଦୃଢ ହେବେ ବୋଲି କହିଛନ୍ତି ଜିଲ୍ଲା ସଭାପତି । ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ଉପସଭାପତି ପ୍ରଭାକର ପଣ୍ଡା, ଯୁବ ମୋର୍ଚା ସଭାପତି ପ୍ରମୋଦ ପଣ୍ଡା, ମଣ୍ଡଳ ସଭାପତି ସୁଶାନ୍ତ କୁମାର ଦକୁଆ, ମଥୁରା ମଣ୍ଡଳ ସଭାପତି ଲଡୁ କିଶୋର ସାହୁ, ସମେତ ଅନେକ ଦଳୀୟ କର୍ମୀ ଉପସ୍ଥିତ ଥିଲେ ।