ବିଜେପିରେ ଯୋଗ ଦେଲେ ଯୁବକ ଓ ମହିଳା
ବାଲେଶ୍ୱର,(ସରୋଜ ପଣ୍ଡା): ଆସନ୍ତା ନଭେମ୍ବର ୩ ତାରିଖରେ ହେବାକୁ ଥିବା ଉପନିର୍ବାଚନକୁ ଆଖି ଆଗରେ ରଖି ସଦର ନିର୍ବାଚନ ମଣ୍ଡଳୀର ଯୁବ ସଂଯାଜକ ମାନସ କୁମାର ଦତ୍ତଙ୍କ ଗୋଟି ଚାଲାଣ ବିରୋଧୀ ରାଜନୈତିକ ଶିବିରରେ ଆଶଙ୍କା ସୃଷ୍ଟି କରିଛି | ସମଗ୍ର ସଦର ନିର୍ବାଚନ ମଣ୍ଡଳୀରେ ବିଜେପି ସପକ୍ଷରେ ହାୱା ବହୁଛି | ବାଲେଶ୍ୱର ଉପନିର୍ବାଚନକୁ ନେଇ ସାରା ଓଡ଼ିଶାରେ ଚର୍ଚ୍ଚା ଲାଗିରହିଛି | ସଦର ନିର୍ବାଚନ ମଣ୍ଡଳୀର ଏବଂ ଯୁବ ସମାଜ ତରୁଣ ତୁର୍କୀ ଶ୍ରୀମାନ ମାନସ ଦତ୍ତ ସ୍ୱଳ୍ପ ଦିନରେ ତାଙ୍କର ରାଜନୈତିକ ପାରଦର୍ଶିତାର ପରିଚୟ ଦେଇ ବିରୋଧୀ ଶିବିରରେ ହଟଚମଟ ସୃଷ୍ଟି କରିଛି | ମୋଦିଜୀଙ୍କର ସବକା ସାଥ, ସବକା ବିକାଶ ,ସବକା ବିଶ୍ୱାସର ବାର୍ତା କୁ ନେଇ ଜନସାଧାରଣ ଏକାଠି ହେଉଛନ୍ତି | ବିଜେପିର ଦୃଢ ସାଙ୍ଗଠନିକ ଶକ୍ତି ଏବଂ ଯୁବନେତା ମନସଙ୍କ ରାଜନୈତିକ ଦକ୍ଷତା ମୁଖ୍ୟ ପ୍ରତିଦ୍ବନ୍ଦୀ ବିଜେଡି ଓ କଂଗ୍ରେସ ଆଖିରୁ ନିଦ ହଜାଇ ଦେଇଛି | ଏହି ସମାବେଶରେ ବୋହୁ ସଂଖ୍ୟକ ମହିଳା ଓ ଯୁବକ ମାନେ ଭାରତୀୟ ଜନତା ପାର୍ଟି ରେ ଯୋଗ ଦେଇଛନ୍ତି | ସହି ସହି ବୁଲି ମୁରବି ଏବଂ ବିଭିନ୍ନ କାର୍ଯ୍ୟ କର୍ତ୍ତାଙ୍କୁ ଭେଟୁଛନ୍ତି | ବିରୋଧୀ ଦଳ ମନେ ନିଜ ଭବିଷ୍ୟତ ପ୍ରତି ସନ୍ଧିହାନ ହୋଇ ନୂଆ ଧାରାରେ ରାଜନୈତିକ ଅଙ୍କ କଷିବାରେ ଲାଗିଛନ୍ତି | ଉକ୍ତ ସମାବେଶରେ ବୋହୁ ସଂଖ୍ୟକ ଯୋଗଦାନ କରି ମାନଙ୍କର ପାରିବ ପଣିଆକୁ ପ୍ରମାଣିତ କରିଛି |