ବିଜେପିରେ ସାମିଲ ହେଲେ ବହୁ ନେତା ଓ କର୍ମୀ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ଜିଲ୍ଲା ବିଜେପି କାର୍ଯ୍ୟାଳୟ ଠାରେ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଅଛି। ଜିଲ୍ଲା ସଭାପତି ତଥା ବିଧାୟକ କେ ନାରାୟଣ ରାଓ ଙ୍କ ନେତୃତ୍ଵ ରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ କାଶୀନଗର ବ୍ଲକ୍ ଶିଆଳୀ ପଂଚାୟତର ଅନ୍ୟ ଦଳର କର୍ମୀ ଓ ନେତା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆଦର୍ଶ ରେ ଅନୁପ୍ରାଣିତ ହୋଇ ସ୍ଥାନୀୟ ବିଧାୟକଙ୍କ ନେତୃତ୍ଵ ରେ ବିଜେପି ରେ ସାମିଲ ହୋଇଛନ୍ତି। କାଶୀନଗର ବ୍ଲକ୍ ଶିଆଳୀ ପଞ୍ଚାୟତର ସମିତି ସଭ୍ୟ କେ. ସୋମେଶ, ୱାର୍ଡ ମେମ୍ବର ଶାନ୍ତି ଶବର ଓ ଏହି ପଂଚାୟତ ଅନ୍ତର୍ଗତ କେ.ଗୋପୀନାଥପେଟା , ପେଦାମାଡି , ଚନ୍ଦ୍ରଣିପେଟା ଆଦି ଗାଁ ର ପ୍ରାୟ ୪୫ ଗୋଟି ପରିବାର ବିଜେପି ଦଳରେ ସାମିଲ ହୋଇଛନ୍ତି। ସେମାନଙ୍କୁ ଦଳୀୟ ଉତ୍ତରୀୟ ଦେଇ ବିଧାୟକ ଦଳକୁ ସ୍ବାଗତ ଜଣାଇଥିଲେ। ଓ ଏମାନଙ୍କ ମିଶ୍ରଣ ଆଗମୀ ଦିନରେ ଦଳକୁ କାଶୀନଗର ବ୍ଲକ୍ ରେ ଆହୁରି ସୁଦୃଢ କରିବ ଓ ଏହି ପଂଚାୟତ ବିଭିନ୍ନ ସମସ୍ୟା ଆଗମୀ ସମାଧାନ କରାଯିବ ବୋଲି ବିଧାୟକ କହିଛନ୍ତି। ସେହିପରି ସମିତି ସଭ୍ୟ କେ.ସୋମେଶ ବିନା କୌଣସ ଲୋଭରେ ମୋଦୀଙ୍କ ଆଦର୍ଶ ରେ ଦଳକୁ ଆସିଥିବା କହିଛନ୍ତି। ମିଶ୍ରଣ ପର୍ବ ରେ କାଶୀନଗର ବ୍ଲକ୍ ର ସମସ୍ତ ଦଳୀୟ ବରିଷ୍ଠ ନେତା, ମଣ୍ଡଳ ପଦାଧିକାରୀ ଉପସ୍ଥିତ ଥିଲେ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ