ବିଜେପିର ଅମୃତ ମହୋତ୍ସବ ଓ ୭୬ତମ ସ୍ୱାଧୀନତା ଦିବସ ପାଳନ

ବ୍ରହ୍ମପୁର, ( ଅନିଲ କୁମାର) : ଭାରତୀୟ ଜନତା ପାର୍ଟି ଗଂଜାମ ଜିଳ୍ଲା ବ୍ରହ୍ମପୁର ବିଧାନସଭା ତରଫରୁ ସ୍ଥାନୀୟ ଗାନ୍ଧିନଗର ସ୍ଥିତ କାର୍ଯ୍ୟାଳୟ ନିକଟସ୍ଥ ଗାନ୍ଧୀ ପ୍ରତିମୁର୍ତି ଠାରେ ସ୍ୱାଧିନତା ଦିବସ ପାଳନ ହୋଇଯାଇଛି । ଜିଲ୍ଲା ସଭାପତି ବିଭୁତି ଭୂଷଣ ଜେନା ମୁଖ୍ୟ ଅତିଥି ଭାବେ ଯୋଗଦେଇ ମହାତ୍ମାଗାନ୍ଧୀଙ୍କ ପ୍ରତିମୁର୍ତି ଓ ଉତ୍କଳଗୌରବ ମଧୁସୁଦନ ଦାଶଙ୍କ ପ୍ରତିମୁର୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି ଜାତୀୟ ପତାକା ଉତ୍‌ତୋଳନ ସହ ସମବେତ ଜାତୀୟ ସଂଗୀତ ଗାନ କରାଯାଇଥିଲା । ଏହାପରେ ପୂର୍ବତନ ଜିଲ୍ଲା ସଭାପତି କାହ୍ନୁ ଚରଣ ପତି ଦେଶ ମାତୃକା ପାଇଁ ସ୍ୱାଧୀନତା ସଂଗ୍ରାମୀ ମାନଙ୍କ ବଳିଦାନ ଏବଂ ଆଜିର ଦିବସର ମହତ୍ୱ ବିଷୟରେ ନିଜର ଅଭିଭାଷଣ ରଖିଥିଲେ । ସ୍ୱାଧୀନତାର ୭୫ବର୍ଷ ପୁର୍ତି ଅବସରରେ ମାନନୀୟ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ୱାନ କ୍ରମେ ସାରା ଭାରତ ବର୍ଷରେ ଅମୃତ ମହୋତ୍ସବ ପାଳନ ହେଉଥିବା ବେଳେ ଘରେ ଘରେ ଜାତୀୟ ପତାକା ଲଗାଇ ଦେଶ ମାତୃକାଙ୍କୁ ସମ୍ମାନ ଜଣାଇ ଥିବାରୁ ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସାଧାରଣ ସଂପାଦକ ପ୍ରଭାତ କିରଣ ଷଡଙ୍ଗୀ , ଏନ୍ . ରାଜେନ୍ଦ୍ର କୁମାର, ରାଜ୍ୟକାର୍ଯ୍ୟକାରିଣୀ ସଦସ୍ୟ ସରୋଜ ସାବତ, ଉପସଭାପତି ରାମ କୁମାର ପାତ୍ର , ସଂପାଦକ ପ୍ରଦୀପ ଶତପଥୀ, ଶୁସିଳା ମଲ୍ଲିକ, ଜିଲ୍ଲା ମିଡିଆସେଲ ସଂଜୋଯକ ସୁନିଲ ସାହୁ, ଜିଲ୍ଲା ଓବିସି ମୋର୍ଚ୍ଚା ସଭାପତି ମଦନ ମୋହନ ପାତ୍ର, ଯୁବମୋର୍ଚ୍ଚା ସାଧାରଣ ସଂପାଦକ ଶିବ ଶଙ୍କର ଶତପଥୀ , କର୍ପୋରେଟର ରଂଜିତା ବେହେରା, ସବିତା ସାହୁ, ଡି. କରୁଣାକର, ନିଳକଣ୍ଠ ସାହୁ ମଣ୍ଡଳ ସଭାପତି ଭାବଗ୍ରାହୀ ପାଳ, ସରୋଜ ପାତ୍ର, ସତ୍ୟନାରାୟଣ ବସନ୍ତିଆ ଙ୍କ ସମେତ ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ନେତା ଡ.ସୁବାଷ ସାହୁ, ଡ. ଅମୁଲ୍ୟ ଚୌଧୁରୀ, ପ୍ରେମସିଳା ନନ୍ଦ, ବର୍ଷା ବିଦୁଷ୍ମିତା, ସନ୍ତୋଷିନୀ ସାହୁ, ବିଜୟ ପାତ୍ର, କିରଣ କୁମାର ସାହୁ, କମଲ ପାତ୍ର, ସୁନିଳ ପାତ୍ର, ପ୍ରଫୁଲ୍ଲ ପାଣିଗ୍ରାହୀ, ପ୍ରଣୟ ମହାପାତ୍ର, ରବି ସାବତ, ସରୋଜ ଦାସ, ରାମନାଥ ଗନ୍ତାୟତ, ସୁମନ ଶତପଥୀ, ବିଜୟ ନନ୍ଦ, ଆନନ୍ଦ ମହାଙ୍କୁଡ, ମିଲନ ସିଂ, ରାଜୀବ ମିଶ୍ର, ଏନ୍‌. ଏରେୟା, ପ୍ରଦୀପ ମିଶ୍ର, ବାପ ପଣ୍ଡା, ଅର୍ଜୁନ ଜେନା ପ୍ରମୁଖ ଯୋଗ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ