ବିଜେପିର ଐତିହାସିକ ମିଶ୍ରଣ ପର୍ବ
ବାଲେଶ୍ୱର,୨୮/୩(ଯୁଗାବ୍ଦ ନ୍ୟୁଜ ) : ସଦର ବ୍ଲକ ଅନ୍ତର୍ଗତ କୁରାଡିହା ପଞ୍ଚାୟତର ସାନଧନାଡି ଠାରେ ସଦର ବିଜେପି ବିଧାୟକ ପ୍ରାର୍ଥୀ ତଥା ଜିଲ୍ଲା ସଭାପତି ମଦନ ମୋହନ ଦତ୍ତଙ୍କ ନେତୃତ୍ୱରେ ଐତିହାସିକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଅଛି । ଏହି ମିଶ୍ରଣ ପର୍ବରେ ବିଜେଡି ଏବଂ କଂଗ୍ରେସ ଦଳର ଶତାଧିକ କର୍ମୀ ଆଜି ବିଧିବଦ୍ଧ ଭାବେ ବିଜେପିରେ ଯୋଗଦାନ କରିଛନ୍ତି । ବିଜେଡିର ଅତ୍ୟାଚାରରେ ଅତିଷ୍ଠ ହୋଇ ଓ ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଜୀଙ୍କର ଜନ ହିତକାରୀ ଯୋଜନା ଓ ଆର୍ଦଶକୁ ସ୍ୱୀକାର କରି ତଥା ସ୍ଥାନୀୟ ନେତା ଜିଲ୍ଲା ସଭାପତି ମଙ୍ଗୁଭାଇଙ୍କ କାର୍ଯ୍ୟ ଦକ୍ଷତା ଓ ନେତୃତ୍ୱ ଉପରେ ଭରଷା ରଖି କୁରାଡିହା ପଞ୍ଚାୟତର ଭିମଚରଣ ବେହେରା, ଜଳଧର ବେହେରା, ଦାମଦୋର ବେହେରା, ଲମ୍ବୁଧର ବେହେରା, କାଳିଚରଣ ବେହେରା, ପରମାନନ୍ଦ ବେହେରା, ମାୟାଧର ତରେଇ, ସୁରେନ୍ଦ୍ର ତରେଇ, ଗୟାଧର ତରେଇ, ହାଡିବନ୍ଧୁ ବେହେରା, ନିରନ ବେହେରା, ଧିରେନ୍ଦ୍ର ବେହେରା, ପ୍ରାଣକୃଷ୍ଣ ବେହେରା, ବଂଶୀଧର ବେହେରା, ଭୋଳାନାଥ ମାଝୀ, ଶମ୍ବ ଦାସ, ବାବୁ ଦାସ, କୈଳାସ ବାରିକ, ରମେଶ ବେହେରା, ଶ୍ରୀଧର ଦାସ ଆଦି ବହୁ ସଂଖ୍ୟାରେ ବିଜେପିରେ ଯୋଗଦାନ କରିଛନ୍ତି । ସମସ୍ତଙ୍କ ଯୋଗଦାନ ଦଳକୁ ଆଗାମୀ ନିର୍ବାଚନରେ ଶକ୍ତିଶାଳୀ କରିବା ସହିତ ମିଶନ ୧୨୦+ କୁ ସଶକ୍ତ କରିବ ବୋଲି ସଦର ବିଜେପି ବିଧାୟକ ପ୍ରାର୍ଥୀ ଶ୍ରୀ ଦତ୍ତ ମତ ରଖିଛନ୍ତି । ବିଜେଡିର ତୃଣମୂଳ ସ୍ତରର ଗ୍ରାମୀଣ ନେତା ମାନଙ୍କ ବିଜେଡି ଦଳ ଛାଡିବା ଏହାହି ସୂଚାଉଛି ଯେ ଗ୍ରାମୀଣ ଲୋକମାନେ ବିଜେଡି ସରକାରଠୁ ମୁହମୋଡିବା ଆରମ୍ଭ କରିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ଉପ ସଭାପତି ତଥା ରୁପ୍ସା ମଣ୍ଡଳ ପ୍ରଭାରୀ ଗଙ୍ଗାଧର ରାଉତ, ଅନ୍ତର୍ଯ୍ୟାମୀ ବେହେରା, ସଦାଶିବ ଜେନା, ଅବନୀ ଗୋଚ୍ଛାୟତ, ସୃଷ୍ଟିଧର ସେନାପତି ସମେତ ସମସ୍ତ ପ୍ରମୁଖ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ ।


