ବିଜେପିର କାର୍ଯ୍ୟକାରିଣୀ ବୈଠକ

ବନ୍ତ, (ଚାନ୍ଦିନୀ ମହାନ୍ତି) : ବନ୍ତ ବ୍ଲକ କେନ୍ଦୁଆପଦା ଠାରେ ବରଡେଶ୍ୱର ମଣ୍ଡଳ ବିଜେପିର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମଣ୍ଡଳ ସଭାପତି ନବ କିଶୋର ବଳ ସଭାପତିତ୍ୱ କରିଥିଲେ । ପ୍ରାରମ୍ଭରେ ଭାରତମାତାଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇ ସାମୂହିକ ବନ୍ଦେମାତରମ୍ ଗାନ କରାଯାଇଥିଲା । ସମ୍ବିଧାନର ସର୍ବୋଚ୍ଚ ପଦବୀରେ ଜଣେ ଜନଜାତି ବର୍ଗର ଓଡିଆ ମହିଳା ଦୌପଦୀ ମୁର୍ମୁଙ୍କୁୁ ରାଷ୍ଟ୍ରପତି ଭାବେ ମନୋନୟନ କରାଯାଇଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ ନଡ୍ଡାଙ୍କୁ ଧନ୍ୟବାଦ ଅର୍ପଣ କରାଯାଇଥିଲା । ପରେ ରାଜନୈତିକ ଚିଠା ପ୍ରସ୍ତାବ ଆଗତ କରାଯାଇ ରାଜ୍ୟରେ ନବୀନ ସରକାରଙ୍କ ଜନବିରୋଧୀ ନୀତିକୁ ତୀବ୍ର ସମାଲୋଚନା କରାଯାଇଥିଲା । ବନ୍ତ ବ୍ଲକରେ ହେଉଥିବା ଦୁର୍ନୀତି, ଭ୍ରଷ୍ଟାଚାର ଓ ଅରାଜକତା ବିରୁଦ୍ଧରେ ଦଳ ପକ୍ଷରୁ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିବାକୁ ବୈଠକରେ ନିଷ୍ପତ୍ତି ନିଆଯାଇଥିଲା । ସେହିପରି ତୃଣମୂଳ ସ୍ତରରୁ ଦଳକୁ ସଂଗଠିତ କରିବା ସହ କେନ୍ଦ୍ର ସରକାରଙ୍କ ଜନକଲ୍ୟାଣକାରୀ ଯୋଜନାକୁ ଲୋକଙ୍କ ପାଖରେ ପହଞ୍ଚାଇବାକୁ ରାଜ୍ୟ ସଂପାଦକ ଅଭିମନ୍ୟୁ ସେଠୀ ଓ ବିଧାନସଭା ନେତା ତଥା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ବଦ୍ରୀ ନାରାୟଣ ଧଳ ପରାମର୍ଶ ଦେଇଥିଲେ । ବୈଠକରେ ବିଭିନ୍ନ ଚିଠା ପ୍ରସ୍ତାବ ଉପରେ ନବନିର୍ବାଚିତ ସରପଞ୍ଚ ମାନସ ପହି, ଇଂ.ପ୍ରମୋଦ ଜେନା, ପୂର୍ବତନ ସରପଞ୍ଚ ମନୋଜ ବିଶ୍ୱାଳ, ଦଳୀୟ ନେତା ଜିତେନ୍ଦ୍ର ନାୟକ, ପୂର୍ଣ୍ଣ ଚନ୍ଦ୍ର ସାହୁ, ଶଙ୍କର୍ଷଣ: ଜେନା, ଧ୍ରୁବ ମାଝୀ, ପୁଷ୍ପଲତା ବେହେରା, କମଳାକାନ୍ତ ସାହୁ ଆଲୋଚନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ