ବିଜେପିର ଗଣଧାରଣା ଓ ପ୍ରତିବାଦ ସଭା

ଭଣ୍ଡାରିପୋଖରୀ,(ଦୁର୍ଯ୍ୟୋଧନ ଲେଙ୍କା) :ଭଦ୍ରକ ଜିଲ୍ଲାରେ ମେଡିକାଲ କଲେଜ ପ୍ରତିଷ୍ଠା ଦାବିରେ ଆଜି ଭଣ୍ଡାରିପୋଖରୀ ଠାରେ ବ୍ଲକ ବିଜେପି ପକ୍ଷରୁ ଗଣଧାରଣା ଓ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଯାଇଛି । ଦଳୀୟ କାର୍ଯ୍ୟାଳୟ ଠାରୁ ପ୍ରଥମେ ଏକ ଶୋଭାଯାତ୍ରା ବାହାରି ବଜାର ପରିକ୍ରମା କରିବା ପରେ ବ୍ଲକ ପରିସରରେ ଗଣଧାରଣା ଅନୁଷ୍ଠିତ ହୋଇଥିଲା । ସରପଞ୍ଚ ଜଗବନ୍ଧୁ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପ୍ରତିବାଦ ସଭାରେ ବିଜେପି ନେତା ବଦ୍ରୀନାରାୟଣ ଧଳ ଯୋଗଦେଇ ମେଡିକାଲ କଲେଜ ପ୍ରତିଷ୍ଠା ପାଇଁ ଦାବି ଉପସ୍ଥାନ କରିଥିଲେ । ରାଜ୍ୟ ସରକାରଙ୍କ ବୈମାତୃକ ମନୋଭାବ ଯୋଗୁ ଭଦ୍ରକ ଜିଲ୍ଲାରେ ମେଡିକାଲ କଲେଜ ପ୍ରତିଷ୍ଠା ହୋଇପାରୁନଥିବା ଶ୍ରୀଧଳ କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବ୍ଲକ ଉପାଧ୍ୟକ୍ଷ ସତ୍ୟବ୍ରତ ଦାସ, ଯୁବମୋର୍ଚ୍ଚା ସଭାପତି ସୁରେଶ ସାମଲ, ସରପଞ୍ଚ କମଳ କୁମାର ନନ୍ଦ, ମହିଳାମୋର୍ଚ୍ଚା ସଭାନେତ୍ରୀ ତପସ୍ୱିନୀ ମହାପାତ୍ର, ନିର୍ମଳ କର, ବସନ୍ତ ରାଉତ ପ୍ରମୁଖ ବିଭିନ୍ନ ବକ୍ତବ୍ୟ ପ୍ରଦାନ କରିଥିଲେ । ଆୟୋଜିତ ସଭାରେ ମଣ୍ଡଳ ସଭାପତି ଗିରିଶ ଚନ୍ଦ୍ର ସାମଲ, ପ୍ରଫୁଲ୍ଲ୍ ସାହୁ, ମୁକୁନ୍ଦ ମଲ୍ଲିକ, ବାବାଜୀ ଚରଣ ଜେନା, କରୁଣାକର ସାହୁ, ରାଜେଶ ମହାପାତ୍ର, ମହେଶ୍ୱର ଜେନା, ସନ୍ତୋଷ ସାହୁ ରବିନ୍ଦ୍ର ସାହୁ, ପର୍ଶୁରାମ ପରିଡା ସମେତ ବିଜେପି କର୍ମୀମାନେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ