ବିଜେପିର ଛତ୍ରପୁର ନିର୍ବାଚନ ମଣ୍ଡଳୀ କୋର କମିଟି ବୈଠକ
ଛତ୍ରପୁର,(ଯୁଗାବ୍ଦ ନ୍ୟୁଜ୍): ଛତ୍ରପୁରସ୍ଥିତ ସ୍ଥାନୀୟ ବିଜେପି କାର୍ଯ୍ୟାଳୟ ପରିସରରେ କୋର କମିଟି ବୈଠକ ଯୁବନେତା ପ୍ରଶାନ୍ତ କୁମାର କରଙ୍କ ନେତୃତ୍ୱ ଅନୁଷ୍ଠିତ ହୋଇଯାଇଛି । ଆସନ୍ତା ୧୦ତାରିଖ ଦିନ ବ୍ରହ୍ମପୁରରେ ହେବାକୁ ଥିବା ରାଲି ଏବଂ ପ୍ରତ୍ୟେକ ମଣ୍ଡଳରେ ସିଏଏ ଉପରେ ବୈଠକ କରି ସଚେତନ କରିବା ସହ ୮୮୬୬୨୮୮୬୬୨ ନମ୍ବରକୁ ଫୋନ କରି ସମର୍ଥନ ଜଣାଇବା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଆଲୋଚନା କରାଯାଇଥିଲ।। ଏହି ବୈଠକରେ ଗଂଜାମ ବ୍ଲକ ଅଧ୍ୟକ୍ଷ ପ୍ରଶାନ୍ତ କୁମାର ନାୟକ, ଜିଲ୍ଲାପରିଷଦ ସଭ୍ୟା ରଶ୍ମିରେଖା ମହାପାତ୍ର, ଜିଲ୍ଲା ହରିଜନ ମୋର୍ଚ୍ଚା ସଭାପତି ଚୈତନ୍ୟ ପ୍ରଧାନ, ଛତ୍ରପୁର ନଗର ସଭାପତି ସଂଜିତ୍ କୁମାର ରାଉଳ, ପୂର୍ବତନ ମଣ୍ଡଳ ସଭାପତି ପ୍ରଦୀପ କୁମାର ପାଢି, ଭିକାରୀ ପଲ୍ଲୀ ମଣ୍ଡଳ ସଭାପତି ପଦ୍ମଚରଣ ପରିଡା, ଟାଙ୍ଗଣାପଲ୍ଲୀ ମଣ୍ଡଳ ସଭାପତି ବିଦ୍ୟାଧର ନାହାକ, ଗଂଜାମ ଏନଏସି ସଭାପତି ସୁଦାମ ଚରଣ ଜେନା, ଲକ୍ଷ୍ମୀନାରାୟଣ ପଣ୍ଡା, ଯୁବନେତା କୀର୍ତ୍ତନ ଦାସ, ପୂର୍ବତନ ସରପଞ୍ଚ ଗାଣ୍ଡୁଧର ଗୈାଡ, ପି.ଚନ୍ଦ୍ରଶେଖର ରାଓ, ଡି.ସୁରେଶ ରେଡ୍ଡୀ, ମତ୍ସ୍ୟଜିବୀ ନେତା ଭୀମସେନ ବେହେରା, ଯୁବନେତା ରାଜେନ୍ଦ୍ର କୁମାର ପଲାଇ, ପ୍ରଫୁଲ କୁମାର ପଣ୍ଡା, ଆଇନଜିବୀ ବ୍ରଜମୋହନ ଆଚାର୍ଯ୍ୟ, ପି.ଧର୍ମାରେଡ୍ଡୀ, ରୁଇନା ପଟ୍ଟନାୟକ, ଜି.ମନୋଜ ରେଡ୍ଡୀ, ଶ୍ରୀଧର ରାଓଙ୍କ ସମେତ ନିର୍ବାଚନ ମଣ୍ଡଳୀ ବହୁ ଦଳୀୟ ନେତା ଓ କର୍ମୀ ମାନେ ଉପସ୍ଥିତ ଥିଲେ ।


