ବିଜେପିର ଜୋରଦାର ପ୍ରଚାର , ଭୋଟ ମାଗିଲେ ଧର୍ମେନ୍ଦ୍ର
ଆଜି ପୂର୍ବାହ୍ନ ଚିକିଟି ଗୈାରଚନ୍ଦ୍ର ମିନିଷ୍ଟାଡିୟମ ଠାରେ ବିଜେପିର ପ୍ରଚାର ରାଲିରେ ବାହାରିଥିଲେ । ରାଲି ସମୟରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି କରି ବିଜେଡି ସରକାର ଉପରେ ବର୍ଷିଛନ୍ତି । ଦିର୍ଘ ୧୯ ବର୍ଷ ଶାସନ କାଳରେ ବିଜେଡି ସରକାର ଚିିକିଟି ଅଞ୍ଚଳରେ ଆଜି ବି ଠିକାକାମ ଓ ସବୁଥିରେ ଦୁର୍ନିତୀ ହୋଇଥିବା କଥା ଧର୍ମେନ୍ଦ୍ର ବଖାଣିଥିଲେ ।ସାଧାରଣ ଲୋକ ଆଜି ବି ମୈାଳିକ ଅଧିକାରରୁ ବଞ୍ଚିତ ହୋଇଛନ୍ତି ।ଶାସକ ଦଳର ନେତା ମନ୍ତ୍ରୀ ସମସ୍ତେ ମିଶି ସାଧାରଣ ଲୋକ ମାନଙ୍କର ଟଙ୍କା ଖାଇବାରେ ଲାଗିଛନ୍ତି ବୋଲି ଧର୍ମେନ୍ଦ୍ର ପ୍ରଧାନ ଅଭିଯୋଗ ଆଣିଥିବା ବେଳେ ଏହାର ନ୍ୟାୟ ପାଇବାକୁ ଲୋକମାନେ ଇଛା ପ୍ରକାଶ କରିଥିବା କଥା ସେ କହିଛନ୍ତି । ଏହି ଅଞ୍ଚଳରେ ପିଇବାପାଣି , ୨୪ ଘଣ୍ଟା ବିଜୁଳି ନାହିଁ , ସରକାରୀ ସ୍କୁଲର ଶିକ୍ଷକ ନାହାନ୍ତି , ସ୍କୁଲରେ ଶିକ୍ଷକ ନାହାନ୍ତି , ଚାଷୀର ବିଲକୁ ପାଣି ନାହିଁ ବ୍ଲକ ଅଫିସ ଗୁଡିକ ବିଜେଡି କାର୍ଯ୍ୟାଳୟ ପାଲଟି ଥିବା କଥା ସେ କହିଛନ୍ତି । ଏହି ରାଲିରେ ବ୍ରହ୍ମପୁର ସାଂସଦ ଭୃଗୁବକ୍ସ ି ପାତ୍ର , ଟିକିଟି ନିର୍ବାଚନ ମଣ୍ଡଳୀର ବିଧାୟକ ପ୍ରାର୍ଥୀ ମନୋରଞ୍ଜନ ଦ୍ୟାନ ସାମନ୍ତରା , ରାଜ୍ୟକାର୍ଯ୍ୟକାରିଣୀ ସଦ୍ୟ ଉଦୟନାଥ ପ୍ରଧାନ , ଯୁବନେତା ଶଙ୍କର ପ୍ରଧାନ , ରାଲିରେ ଯୋଗ ଦେଇଥିବା ବେଳେ ଶରତ କୁମାର ଧଳ ଯୋଗ ଦେଇ କାର୍ଯ୍ୟକ୍ରମକୁ ଆଗେଇଥିଲେ ।