ବିଜେପିର ଜୋରଦାର ପ୍ରଚାର

ବାଲେଶ୍ୱର, (ସରୋଜ ପଣ୍ଡା) :-ଚଳିତ ପଞ୍ଚାୟତ ନିର୍ବାଚନ ପରିପ୍ରେକ୍ଷୀରେ ସଦର ବ୍ଲକ ଅନ୍ତର୍ଗତ ହଳଦୀପଦା ପଞ୍ଚାୟତରେ ଭାରତୀୟ ଜନତା ପାର୍ଟି ପକ୍ଷରୁ ପ୍ରଚାର ଅଭିଯାନ ଜୋରଦାର ହୋଇଥିବା ପରିଲକ୍ଷିତ ହୋଇଛି । ବିଜେପି ଯୁବମୋର୍ଚ୍ଚା ରାଜ୍ୟ ଉପ ସଭାପତି ମାନସ କୁମାର ଦତ୍ତ ଦଳୀୟ ଜଲା ପରିଷଦ ପ୍ରାର୍ଥୀଙ୍କ ସମେତ ଦଳ ସମଥିତ ସରପଞ୍ଚ ଓ ସମିତି ସଭ୍ୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଛନ୍ତି । ପ୍ରାର୍ଥୀ ଓ ସହଯୋଗୀଙ୍କ ସହ ଶ୍ରୀ ଦତ୍ତ ଘରକୁ ଘର ବୁଲି କେନ୍ଦ୍ର ସରକାରଙ୍କ ଲୋକାଭିମୁଖୀ ଯୋଜନା ସମ୍ପର୍କରେ ସଚେତନ କରିଛନ୍ତି । ଏଥି ସହିତ ଗତ ଉପ ନିର୍ବାଚନରେ ବିଜେଡି ଦେଇଥିବା ମିଥ୍ୟା ପ୍ରତିଶ୍ରୁତି ସମ୍ପର୍କରେ ବି ସେ ମତଦାତାଙ୍କୁ ମନେ ପକାଇ ଦେଉଛନ୍ତି ।ଏହି ପ୍ରଚାର ଅଭିଯାନରେ ୨୮ନଂ ଜୋର ବିଜେପି ଜିଲା ପରିଷଦ ପ୍ରାର୍ଥୀ ସନ୍ତୋଷ ସେଠୀ ସାମିଲ ହୋଇ ଆଞ୍ଚଳିକ ବିକାଶ ପାଇଁ ତାଙ୍କୁ ନିର୍ବାଚିତ କରିବାକୁ ଘରେ ଘରେ ଭୋଟରମାନଙ୍କୁ ନିବେଦନ କରିଛନ୍ତି । ହଳଦୀପଦା ପଞ୍ଚାୟତର ବିଜେପି ସମର୍ଥିତ ସରପଞ୍ଚ ପ୍ରାଥିର୍ନୀ ସଂଯୁକ୍ତା ବର ଓ ସମିତିସଭ୍ୟା ପ୍ରାର୍ଥୀ ନୀ କ୍ଷୀରାବ୍ଦୀ ତନୟା ମହାଳିକ ଏହି ପ୍ରଚାର ଅଭିଯାନରେ ସାମିଲ ହୋଇ ନିଜ ପାଇଁ ଭୋଟ ମାଗିଥିଲେ । ଏହି ଅବସରରେ ହଳଦୀପଦା ବଜାରରେ ବିଜେପି ପକ୍ଷରୁ ଏକ ପଦଯାତ୍ରା ଅନୁଷ୍ଠିତ ହୋଇଥିଲା । ସ୍ଥାନୀୟ ଅଞ୍ଚଳର ବହୁ ବିଜେପି କର୍ମୀ ଓ ସମର୍ଥକ ଏଥିରେ ଯୋଗଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ