ବିଜେପିର ଟାଙ୍ଗଣାପଲ୍ଲୀ ମଣ୍ଡଳ ପ୍ରଶିକ୍ଷଣ ଶିବିର

ଛତ୍ରପୁର,(ଦେବଦତ୍ତ ମହାରଣା) : ଛତ୍ରପୁର ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ବିଜେପି ଟାଙ୍ଗଣାପଲ୍ଲୀ ମଣ୍ଡଳ ପ୍ରଶିକ୍ଷଣ ଶିବିର ସୁନ୍ଦରପୁର ଗ୍ରାମ ସୁନ୍ଦେରଶ୍ୱର କଲ୍ୟାଣମଣ୍ଡପ ଠାରେ ମଣ୍ଡଳ ସଭାପତି ବିଦ୍ୟାଧର ନାହକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ତଥା ନର୍ବାଚନମଣ୍ଡଳୀ ନେତା ପ୍ରଶାନ୍ତ କୁମାର କର ଶିବିରକୁ ଉଦ୍‌ଘାଟନ କରି ରାଜନୈତିକ ପୃଷ୍ଠଭୂମି, ନିର୍ବାଚନ ପରିଚାଳନା, ବିଜେପିର ଇତିହାସ ଓ ବିକାଶ ଉପରେ ଗୁରୁତ୍ୱାରୋପ କରିଥିଲେ । ବିଜେପି ଜିଲ୍ଲା ଉପସଭାପତି ପ୍ରଭାତ କୁମାର ଷଡଙ୍ଗୀ, ବାଳକୃଷ୍ଣ ସାମନ୍ତରାୟ, ଓବିସି ମୋର୍ଚ୍ଚା ସଭାପତି ମଦନ ପାତ୍ର, ଛତ୍ରପୁର ଏନ୍‌ଏସି ପ୍ରଭାରୀ ଲକ୍ଷ୍ମୀ ନାରାୟଣ ପଣ୍ଡା, ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ସିଦ୍ଧାନ୍ତ ଗଙ୍ଗଦେବ, ରାଜ୍ୟ ବିସ୍ତାରକ ସଂଯୋଜକ ଶିବ ଶଙ୍କର ଶତପଥୀ, ଚିନ୍ମୟାନନ୍ଦ ମହାରାଜ ପ୍ରମୁଖ ଭାଜପା ସରକାରଙ୍କ ଗତ ୬ ବର୍ଷ ମଧ୍ୟରେ ବିକାଶଧାରା କିଭଳି ରହିଚି ସେ ବିଷୟରେ ଆଲୋଚନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବିକ୍ରମ କୁମାର ପାଣିଗ୍ରାହୀ, ରଘୁନାଥ ରେଡ୍ଡୀ, ସିତାରାମ ପୁରୋହିତ, ଡି.ଶାନ୍ତୁନ ପାତ୍ର ପ୍ରମୁଖ ସଞ୍ଚାଳନା କରିଥିଲେ । କଣମଣା ମଣ୍ଡଳ ସଭାପତି ପଦ୍ମଚରଣ ସାହୁ, ପୂର୍ବତନ ଉପାଧ୍ୟକ୍ଷ ବସନ୍ତ କୁମାର ବେହେରା, ରାଜେନ୍ଦ୍ର ପଲାଇ, ରଞ୍ଜିତ କୁମାର ପ୍ରଧାନ, ସଂପଦ କୁମାର ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ