ବିଜେପିର ତରଫରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ
ବ୍ରହ୍ମପୁର ,(ଯୁଗାବ୍ଦ ନ୍ୟୁଜ୍) : ରବିବାର ବିଶ୍ୱ ବନ୍ଧୁତ୍ୱ ଦିବସ ଅବସରରେ ଭାରତୀୟ ଜନତା ପାର୍ଟି ଗେଟ୍ ବଜାର ମଣ୍ଡଳ ତରଫରୁ ବଙ୍ଗାଳି ସାହି ନିକଟରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ସହ ସଦସ୍ୟତା ସଂଗ୍ରହ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟଁକ୍ରମକୁ ମଣ୍ଡଳ ସଭାପତି ଏସ୍ ଶ୍ରୀ ନିବାସ ରାଓ ଙ୍କ ଅଧକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ସାଧାରଣ ସଂପାଦକ ଭୃଗୁବକ୍ସି ପାତ୍ର , ଜିଲ୍ଲା ସଭାପ୍ତି କାହ୍ନୁ ଚରଣ ପତି , ସଦସ୍ୟତା ଅଭିଯାନର ସହ ସଯୋଜକ ମଦନ ମୋହନ ପାତ୍ର ପ୍ରମୁଖ ମୁଖ୍ୟ ସଦସ୍ୟ ଭାବେ ଯୋଗ ଦେଇଥିଲେ ।