ବିଜେପିର ଦୁଇଦିନିଆ ପ୍ରଶିକ୍ଷଣ ଶିବିର ଉଦଯାପିତ

ହାଟଡ଼ିହି, (ବିକାଶ ବିଶ୍ୱାଳ): ଗତକାଲି ବିଜେପି ରାଜ୍ୟ ସଭାପତି ସମିର ମହାନ୍ତିଙ୍କ ଦ୍ୱାରା ସରସ୍ୱତୀ ଶିଶୁ ମନ୍ଦିରରେ ଉଦ୍‌ଘାଟିତ ହୋଇଥିବା ଦୁଇଦିନିଆ ପ୍ରଶିକ୍ଷଣ ଶିବିର ଆଜି ସଦର ବିଧାୟକ ମୋହନ ମାଝୀଙ୍କ ସତ୍ର ସହ ଉଦଯାପିତ ହୋଇଯାଇଛି । ଉଦଯାପନି ଦିବସରେ ବିଜେପି ନେତା ଆଲୋକ ସେଠୀ, ରାମଚନ୍ଦ୍ର ସାହୁ, ଭଗବାନ ସାହୁ, ଜ୍ଞାନ ରଞ୍ଜନ ସାମନ୍ତ ସିଂହାର ପ୍ରମୁଖ ବୌଦ୍ଧିକ ପ୍ରଦାନ କରିଥିଲେ । ମଣ୍ଡଳ ସଭାପତି ପ୍ରଶାନ୍ତ ମହାପାତ୍ରଙ୍କ ସଂଯୋଜନାରେ ହୋଇଥିବା ଏହି ବର୍ଗରେ ବର୍ଗାଧିକାରୀ ଭାବେ ଗୋଲକ ଜେନା, ନିୟନ୍ତ୍ରକ ଭାବେ ଯଜ୍ଞ ପ୍ରସାଦ ସାହୁ କାର୍ଯ୍ୟଭାର ତୁଲାଇଥିଲେ । ଉଦଘାଟନୀ ଦିବସରେ ରାଜ୍ୟ ସଭାପତି ସମିର ମହାନ୍ତି, ଅମରବର ଖଟୁଆ, ବିଜୟ ରାଉତ ଓ ଯଜ୍ଞ ପ୍ରସାଦ ପ୍ରମୁଖ ନିଜର ବୌଦ୍ଧିକ ପ୍ରଦାନ କରିବା ସହିତ ଦଳକୁ କିପରି ତୃଣମୁଳ ସ୍ତରରୁ ସୁଦୃଢ଼ କରାଯିବ ସେନେଇ କର୍ମୀ ମାନଙ୍କୁ ମାର୍ଗଦର୍ଶନ କରାଇଥିଲେ । ବିଜେପି ନେତା ଆଲୋକ ସେଠୀଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ନିରାକାର ଦଳେଇ, ନିର୍ମଳ ରାଉଳ, ପଦ୍ମ ପାଣିଗ୍ରାହୀ, ଧବଳେଶ୍ୱର ସାହୁ, ସୁଶାନ୍ତ ଜେନା, ପିନାକୀ ପ୍ରୀୟରଞ୍ଜନ ଜେନା, ସରୋଜ ସାହୁ, ନାରାୟଣ ବାରିକ, ଘାସିନାଥ ନାୟକ ପ୍ରମୁଖ ଶିବିର ପରିଚାଳନା କରିଥିଲେ । ଏହି ଶିବିରରେ ୧୫୦ରୁ ଉର୍ଦ୍ଧ ଶିବିରାର୍ଥି ଯୋଗଦେଇ ଦଳର ସଂଗଠନ ବିଷୟରେ ଉପସ୍ଥାପନା ଗ୍ରହଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ