ବିଜେପିର ନିର୍ବାଚନୀ ସଭା

ଦଶପଲ୍ଲା( ଯୁଗାଦ୍ଧ ନ୍ୟୁଜ): ଦଶପଲ୍ଲାର ଗାନ୍ଧୀ ମଇଦାନଠାରେ ବିଜେପି ନୟାଗଡ ଜିଲ୍ଲା ସଭାପତି ସନ୍ୟାସୀ ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏକ ନିର୍ବାଚନୀ ସଭା ଅନୁଷ୍ଠିତ ହୋଇଛି । ଏଥିରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଲେ ଯେ, ବିଗତ ୨୦ବର୍ଷ ମଧ୍ୟରେ ଯେତିକି ଅନୁଦାନ ଓଡି଼ଶାକୁ ମିଳିଥିଲା ବିଜେପିର ୫ବର୍ଷର ଶାସନ ମଧ୍ୟରେ ତାଠାରୁ ବହୁ ଅଧିକ ଅନୁଦାନ ଓଡି଼ଶାକୁ ମିଳିଥିଲେ ହେଁ ଓଡିଶା ସରକାର କେନ୍ଦ୍ର ଅବହେଳାର ନାରାଦେଇ ଲୋକଙ୍କୁ ଭୂଆଁ ବୁଲାଇବାରେ ଲାଗିଛନ୍ତି ବୋଲି ମତବ୍ୟକ୍ତ କରିଥିଲେ । ତେଣୁ ଏଭଳି ଏକ ସରକାର ବଦଳିବା ଦରକାର ବୋଲି ଆହ୍ୱାନ ଦେବା ସହ ବିଜେପିର ସାଂସଦ ପ୍ରାର୍ଥୀ ଖାରବେଳ ସ୍ୱାଇଁ ଏବଂ ବିଧାୟକ ପ୍ରାର୍ଥୀ ପୂର୍ଣ୍ଣଚନ୍ଦ୍ର ନାୟକଙ୍କୁ ପଦ୍ମ ଫୁଲ ଚିହ୍ନରେ ଭୋଟ ଦେଇ ଜିତାଇବାକୁ ନିବେଦନ କରିଥିଲେ । କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସାଂସଦ ପ୍ରତ୍ୟୁଷା ରାଜେଶ୍ୱରୀ ସିଂ, ଯୁବନେତା ଡା ରବିନାରାୟଣ ନନ୍ଦ, ପୂର୍ବତନ ବିଧାୟକ କାଶୀନାଥ ମଲ୍ଲିକ, ଜିଲ୍ଲା ସଂପାଦକ ମନୋଜ ବେହେରା, ରାଘବ ମଲ୍ଲିକ, ପ୍ରସନ୍ନ ଦାଶ, ଡା ଦୀନବନ୍ଧୁ ଆଚାର୍ଯ୍ୟ ପ୍ରମୁଖ ଉପସ୍ଥିତ ରହି ରାଜ୍ୟ ସରକାରଙ୍କୁ ସମାଲୋଚନା କରିଥିଲେ । ଏହି ଅବସରରେ ବିଜେଡି ଦଳର ଜିଲ୍ଲା ପରିଷଦ ସଭ୍ୟ କିଶୋର ଦଳବେହେରା, ପୂର୍ବତନ ସରପଞ୍ଚ ପ୍ରଫୁଲ୍ଲ ସାହୁ, ବିଭୀଷଣ ନାୟକ ସେମାନଙ୍କର ବହୁ ସମର୍ଥକଙ୍କ ସହ ବିଜେପିରେ ସାମିଲ ହୋଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ